କଂଗ୍ରେସରେ ବିନେଶ ସାମିଲ ହେବାପ‌ରେ ବ୍ରିଜ ଭୂଷଣଙ୍କ ଚାଞ୍ଚଲ୍ୟକର ବୟାନ

ଅଲିମ୍ପିକ୍ସରେ ଭିନେଶ ସମସ୍ତଙ୍କ ଆଖିରେ ଧୁଳି ଦେଇ ପ୍ରବେଶ କରିଥିଲେ। ଯାହାର ପରିଣାମ ସେ ଅଲିମ୍ପିକ୍ସରେ ପାଇଯାଇଛନ୍ତି। ଭଗବାନ ତାଙ୍କୁ ତାଙ୍କ କର୍ମର ଉଚିତ ଦଣ୍ଡ ଦେଇଛନ୍ତି: ବ୍ରିଜ ଭୂଷଣ

୪୫

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିନେଶ ଫୋଗଟ ଗତଶୁକ୍ରବାର କଂଗ୍ରେସ ପାର୍ଟିରେ ସାମିଲ ହୋଇଯାଇଛନ୍ତି। ଏହାପରେ ଦଳ ତାଙ୍କୁ ହରିୟଣାବିଧାନସଭା ପାଇଁ ପ୍ରାର୍ଥୀ କରିଛି । 
ବିନେଶ କଂଗ୍ରେସରେ ସାମିଲ ହେବାପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣଜନତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି କ୍ରମରେ ବ୍ରିଜ ଭୂଷଣ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଅଲିମ୍ପିକ୍ସରେ ଭିନେଶ ସମସ୍ତଙ୍କ ଆଖିରେ ଧୁଳି ଦେଇ ପ୍ରବେଶ କରିଥିଲେ। ଯାହାର ପରିଣାମ ବି ସେ ଖେଳ ସମୟରେ ପାଇଯାଇଛନ୍ତି। ଯାହା ସାରା ଦେଶ ଦେଖିଥିଲା। ଭଗବାନ ତାଙ୍କୁ  ତାଙ୍କ କର୍ମର ଉଚିତ ଦଣ୍ଡ ଦେଇଛନ୍ତି।’

 କଂଗ୍ରେସ ଦଳରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ସାମିଲ ହେବାପରେ କଂଗ୍ରେସର ଷଡଯନ୍ତ୍ର ସାମ୍ନାକୁ ଆସିଯାଇଛି। ମୁଁ ଦାବିର ସହ କହିବି କଂଗ୍ରେସ ଭିନେଶ ଓ ବଜରଙ୍ଗ ଦ୍ବାରା ମୋ ବିରୋଧରେ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚିଥିଲା। କଂଗ୍ରେସ ବିରୋଧରେ ଯଦି ମୁଁ ମୁହଁ ଖୋଲିବି ଝଡ଼ ସୃଷ୍ଟି ହୋଇଯିବ। ଏହା ମୁଁ ସମୟ ଆସିଲେ ପ୍ରମାଣ ସହ ସମସ୍ତଙ୍କୁ କଂଗ୍ରେସର ଅସଲ ମୁଖା ଦେଖାଇବି।’

ତେବେ ଗତକାଲି ବିନେଶ ଫୋଗଟ କଂଗ୍ରେସରେ ଯୋଗ ଦେବାପରେ କହିଥିଲେ, ‘ମୁଁ ଆଶ କରୁଛି ଆପଣମାନେ ମୋତେ ଯେଉଁ ଉଦ୍ଦେଶ୍ୟ ରଖି ଦଲରେ ସାମିଲ କରିଛନ୍ତି ମୁଁ ତାହାକୁ ପୁରଣ କରିପାରେ। କଂଗ୍ରେସକୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଖରାପ ସମୟରେ ହିଁ ଜଣାଯାଇଥାଏ ନିଜର କିଏ। ନିଜକୁ ଗର୍ବିତ ମନେ କରୁଛି । କାରଣ ମୁଁ ଆଜି ଏମିତି ଏକ ଦଳରେ ସାମିଲ ହୋଇଛି ଯିଏକି ସର୍ବଦା ମହିଳାଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଥାଏ।

ଯେତେବେଳେ ଆମକୁ ରାସ୍ତା ଘୋଷଡା ଯାଉଥିଲା ବିଜେପି(ଭାରତୀୟ ଜନତା ପାର୍ଟି)କୁ ଛାଡ଼ିଦେଲେ ସମସ୍ତ ଦଳ ଆମର ସମର୍ଥନ କରିଥିଲେ। ଆଜିଠାରୁ ମୁଁ ଏକ ନୂଆ ରାସ୍ତାରେ ପାଦ ଦେଇଛି। ଯେଉଁ ଲଢ଼େଇ ଥିଲା ତାହା ଜାରି ତ ରହିଥିବ। ମୋର ବିଶ୍ବାସ ମୁଁ ସେହି ଲଢ଼େଇ ବି ଜିତିବି। ଭୟ କରିବି ନାହିଁ କି ପଛକୁ ଘୁଞ୍ଚିବି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe