ଜୀବନରୁ ପାଣି ଛଡ଼ାଇ ସାତ ବର୍ଷିୟ ବାଳକକୁ ଟ୍ରେନ୍‌ ଚାପାରୁ ରକ୍ଷା କଲେ ସାହସୀ ଆର୍‌ପିଏଫ୍‌ କନେଷ୍ଟବଳ

Advertisment
ଜୀବନରୁ ପାଣି ଛଡ଼ାଇ ସାତ ବର୍ଷିୟ ବାଳକକୁ ଟ୍ରେନ୍‌ ଚାପାରୁ ରକ୍ଷା କଲେ ସାହସୀ ଆର୍‌ପିଏଫ୍‌ କନେଷ୍ଟବଳ

Image Courtesy of Zee News

ମୁମ୍ବାଇ: ରେଲ୍‌େଓ୍ଵ ପ୍ରେଟେକ୍‌ସନ୍‌ ଫୋର୍ସର ଜଣେ କନେଷ୍ଟବଳ ନିଜ ଜୀବନରୁ ପାଣି ଛଡ଼ାଇ ଚଳନ୍ତା ରେଳ ତଳେ ଚାପି ହେବାକୁ ଯାଉଥିବା ଜଣେ ବାଳକଙ୍କୁ ଉଦ୍ଧାର କରିଛନ୍ତି। ଫେବ୍ରୁଆରି ୨ ତାରିଖ, ଶୁକ୍ରବାର ଦିନ ମୁମ୍ବାଇ ନଇଗାଁ ରେଳବାଇ ଷ୍ଟେସନ୍‌ରେ ଘଟଣାଟି ଘଟିଛି।

ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି ଗୋଟାଏ ଚଳନ୍ତା ରେଳ ଆଡ଼କୁ କନେଷ୍ଟବଳ ଜଣକ ଧାଇଁ ଯାଉଛନ୍ତି। ତଳେ ହାମୁଡ଼େଇ ପଡୁଛନ୍ତି ଟ୍ରେନ୍‌ ଏବଂ ପ୍ଲାଟ୍‌ଫର୍ମ ଭିତରେ ଥିବା ଅଫେରିଆ ଫାଙ୍କ ମଧ୍ୟରୁ ଜଣେ ବାଳକକୁ ଉଦ୍ଧାର କରିବା ପାଇଁ।


Courtesy: ANI

ମିଳିଥିବା ଖବର ଅନୁସାରେ, ସାତ ବର୍ଷିୟ ବାଳକଟି ମାଆ ସହ ଯାତ୍ରା କରୁଥିଲା। ଟ୍ରେନ୍‌ ଅଟକିବା ପରେ ଦୁହେଁ ଶିଡ଼ି ପାଖରେ ଥିବା ଦ୍ୱିତୀୟ ଶ୍ରେଣୀ ଜେନେରାଲ୍‌ କମ୍ପାର୍ଟମେଣ୍ଟ୍‌ରେ ଚଢ଼ିବାକୁ ସ୍ଥିର କରିଥିଲେ। ମାଆ କୌଣସି ମତେ ଟ୍ରେନ୍‌ରେ ଚଢ଼ିଗଲା। ପିଲାଟି ତାଙ୍କ ପଛେ ପଛେ ଚଢ଼ିଯିବା କଥା। କିନ୍ତୁ, ସେତିକିବେଳେ ଟ୍ରେନ୍‌ ଚାଲିଲା ଏବଂ ପିଲାଟି ଟ୍ରେନ୍‌ ଏବଂ ପ୍ଲାଟ୍‌ଫର୍ମ ମଧ୍ୟରେ ଥିବା ଅଫେରିଆ ଫାଙ୍କକୁ ଖସି ପଡ଼ିଲା।

ଆର୍‌ପିଏଫ୍‌ ସୁନୀଳ ନପା ତୁରନ୍ତ ଧାଇଁ ଆସି ପିଲାଟିକୁ ସେଠାରୁ କାଢ଼ି ଆଣିଥିଲେ। ଅନ୍ୟ କେତେକ ଯାତ୍ରୀ ମଧ୍ୟ ସାହାଯ୍ୟ କରିବାକୁ ଧାଇଁ ଯାଇଥିଲେ। ସମଗ୍ର ଘଟନା ସିସିଟିଭି କ୍ୟାମେରାଗୁଡ଼ିକରେ ରେକର୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe