www.indiatoday.in
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଯୁଦ୍ଧକୁ ୟା ଭିତରେ ୨ ସପ୍ତାହ ପୂରି ଗଲାଣି। ଏହି ଯୁଦ୍ଧ ପାଇଁ ଲକ୍ଷ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ି ପଡ଼ୋଶୀ ରାଷ୍ଟ୍ରକୁ ସ୍ତାନାନ୍ତରିତ ହୋଇଛନ୍ତି। ଏହି ଯୁଦ୍ଧ ଭିତରେ ଜଣେ ବୃଦ୍ଧ ଦମ୍ପତିଙ୍କ ସାହସିକତାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
କିବ୍ରେ ଥିବା ଆମେରିକା ଦୂତବାସ ଦ୍ବାରା ଭିଡିଓଟି ଟ୍ବିଟର୍ରେ ପୋଷ୍ଟ୍ କରାଯାଇଛି। ଏହି ଭିଡିଓଟି ପୋଷ୍ଟ୍ ହେବା ପରେ ୨ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି।
ସିସଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି କିଛି ରୁଷିଆନ୍ ସୈନିକ ବୃଦ୍ଧ ଦମ୍ପତିଙ୍କ ଘରକୁ ପଶି ଯାଉଛନ୍ତି। ସେମାନେ ବୃଦ୍ଧ ଦମ୍ପତିଙ୍କୁ ସେମାନଙ୍କ ନିଜ ଘର ଛାଡ଼ି ବାହାରକୁ ଯିବାକୁ ଧମକାଉଛନ୍ତି। ଏପରିକି ସେମାନଙ୍କୁ ଡରାଇବାକୁ ଗୁଳି ଚାଳନ ବି କରିଥିବା ଭିଡିଓରେ ଦେଖିବାକୁ ମିଳିଛି।
ମାତ୍ର ବୃଦ୍ଧ ଦମ୍ପତି ସେମାନଙ୍କ ଧମକକୁ ଖାତିର ନକରି ସେମାନଙ୍କ ସହ ମୁହାଁମୁହିଁ ଯୁକ୍ତିତର୍କ କରିଛନ୍ତି। ଶେଷରେ ସୈନିକମାନେ ତାଙ୍କ ଘର ଛାଡ଼ି ବାହାରକୁ ପଳାଉଛନ୍ତି।
ଭାଇରାଲ୍ ଭିଡିଓଟି ଦେଖିବା ପରେ ଅନେକ ଲୋକ ବୃଦ୍ଧ ଦମ୍ପତିଙ୍କ ସାହସକୁ ଖୁବ୍ ପ୍ରଶଂସା କରିଛନ୍ତି।
Follow Us