ବ୍ରାଜିଲ୍‌ ଏବେ ବିଶ୍ବରେ ୨ ନମ୍ବର ହଟ୍‌ସ୍ପଟ୍‌

Advertisment
ଆଫ୍ରିକାରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପିଲା, ଦକ୍ଷିଣ ଆମେରିକା ଭାଇରସ୍‌ର ନୂଆ କେନ୍ଦ୍ରସ୍ଥଳ

The Hindu

ନୂଆଦିଲ୍ଲୀ: ଆମେରିକା ପରେ ବ୍ରାଜିଲ୍‌ ଏବେ ବିଶ୍ବରେ ନମ୍ବର- ୨‌ ‌କୋଭିଡ୍‌ ହଟ୍‌ସ୍ପଟ୍‌ ହୋଇଛି। ଏଠାରେ ଦିନକରେ ପୁଣି ୧୮ ହଜାର ୫୦୦ ନୂଆ ମାମଲା ରେକର୍ଡ ହୋଇଛି ଏବଂ ୧୧୮୮ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତ ସଂଖ୍ୟା ବ୍ରାଜିଲ୍‌ରେ ୩ ଲକ୍ଷ ୧୦ ହଜାର ଟପିଛି ଏବଂ ମୃତ୍ୟୁସଂଖ୍ୟା ୨୦ ହଜାର ଅତିକ୍ରମ କରିଗଲାଣି। ବ୍ରାଜିଲ୍‌‌ରେ ଟେଷ୍ଟିଂ ବହୁତ୍‌ କମ୍‌ ରହିଛି। ବାସ୍ତବ ତଥ୍ୟଠାରୁ ବ୍ରାଜିଲ୍‌ରେ ଆକ୍ରାନ୍ତ ସଂଖ୍ୟା ଆହୁରି ଅଧିକ ହୋଇଥିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆମେରିକା ଓ ରୁଷ୍‌ ପରେ ବ୍ରାଜିଲ୍‌ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଭାଇରସ୍‌ ନିୟନ୍ତ୍ରଣ କରିପାରି ନଥିବାରୁ ବ୍ରାଜିଲ୍‌ ରାଷ୍ଟ୍ରପତି ଜେଆର୍‌ ବଲ୍‌ସୋନାରୋ ଅତ୍ୟନ୍ତ ଚାପରେ ରହିଛନ୍ତି। ସାମାଜିକ ଦୂରତ୍ବ ଭଳି ପଦକ୍ଷେପକୁ ବଲ୍‌ସୋନାରୋ ବିରୋଧ କରିଛନ୍ତି। ଅନ୍ୟପକ୍ଷେ ଭାଇରସ୍‌ ମୁକାବିଲା ପାଇଁ କ୍ଲୋରକ୍ବିନ୍‌ର ଅଧିକ ବ୍ୟବହାର ପାଇଁ କହିଛନ୍ତି।

ଲଗାତାର ୩ ଦିନ ଧରି ୟୁରୋପ୍‌ ତୁଳନାରେ ଲାଟିନ୍‌ ଆମେରିକାରେ ନୂଆ ମାମଲା ଅଧିକ ରହିଛି। ବ୍ରାଜିଲ୍‌, ପେରୁ ଏବଂ ମେକ୍ସିକୋରେ ସଂକ୍ରମଣ ବଢ଼ୁଥିବାରୁ ଲାଟିନ୍‌ ଆମେରିକାରେ ଏପରି ସ୍ଥିତି ଦେଖାଦେଇଛି। ଲ‌ାଟିନ୍‌ ଆମେରିକାରେ ବୁଧବାର ଦିନ ୩୨,୮୫୪ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ସେହିଦିନ ଆମେରିକାରେ ୨୨ ହଜାର ୫୩୪ ନୂଆ ମାମଲା ରେକର୍ଡ କରାଯାଇଥିଲା। ସେହିପରି ମଙ୍ଗଳବାର ଲାଟିନ୍‌ ଆମେରିକାରେ ୨୯,୨୪୦ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆମେରିକାରେ ୨୨ ହଜାର ୩୯୧ ଏବଂ ୟୁରୋପ୍‌ରେ ୧୯ ହଜାର ୨୦୦ ନୂଆ ମାମଲା ଚିହ୍ନଟ ହୋଇଥିଲା। ସୋମବାର ଦିନ ମଧ୍ୟ ଲାଟିନ୍‌ ଆମେରିକାରେ ୨୩ ହଜାର ୩୮୮ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଆମେରିକାରେ ୨୨ ହଜାର ୮୧୩ ଏବଂ ୟୁରୋପ୍‌ରେ ୨୦ ହଜାର ନୂଆ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଇରାନ୍‌ରେ ୧୦ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି। ୧୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କର କ‌ରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe