ବ୍ରାଜିଲ୍‌ ଜେଲ୍‌ରେ ଦଙ୍ଗା ୯ମୃତ, ୧୪ ଆହତ

ବ୍ରାଜିଲ୍‌ ଜେଲ୍‌ରେ ଦଙ୍ଗା ୯ମୃତ, ୧୪ ଆହତ

ନୂଆଦିଲ୍ଲୀ: ବ୍ରାଜିଲ୍‌ର କଲୋନିଆ ଆଗ୍ରୋଇଣ୍ଡଷ୍ଟ୍ରିଆଲ୍‌ ଜେଲ୍‌ରେ ଦଙ୍ଗା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଅପରପକ୍ଷେ, ଏହି ସୁଯୋଗରେ ଜେଲ୍‌ରୁ ପାଖାପାଖି ୧୦୬ ଜଣ କଏଦୀ ଖସି ପଳାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ପୁଲିସ ଗୋଡ଼େଇ ଗୋଡ଼େଇ ଧରିଛି। ନୂଆବର୍ଷର ପ୍ରଥମ ଦିନରେ ଉକ୍ତ ଜେଲ୍‌ରେ ରହୁଥିବା ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏପରି ପାରସ୍ପରିକ ଦଙ୍ଗା ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ଜେଲ୍‌ରେ ବନ୍ଦୀଙ୍କ ସଂଖ୍ୟା ମାତ୍ରାଧିକ ଥିବାବେଳେ ସେମାନଙ୍କ ରହିବାରେ ଅସୁବିଧା ଏବଂ ୯୦୦ କଏଦୀଙ୍କ ପାଇଁ ମାତ୍ର ୫ ଜଣ ସୁରକ୍ଷାକର୍ମୀ ଥିବାରୁ ଏହି ସମସ୍ୟା ହେଉଥିବା ଜଣାଯାଇଛି। ତେବେ ବ୍ରାଜିଲ୍‌ରେ ଏପରି ଘଟଣା ନୂଆ ନୁହେଁ। ଗତବର୍ଷ ଆମାଜନ୍‌ରେ ଏପରି ଜେଲ୍‌ ଦଙ୍ଗାରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ର ଜାନୁଆରି ପହିଲାରୁ ୨୦ ତାରିଖ ଭିତରେ ମଧ୍ୟ ଜେଲ୍‌ ହିଂସାରେ ୧୩୦ କଏଦୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe