ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଖାଇ କୋଭିଡ୍-୧୯ରୁ ସୁସ୍ଥ ହେବେ ବ୍ରାଜିଲ୍ ରାଷ୍ଟ୍ରପତି

Advertisment
ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଖାଇ କୋଭିଡ୍-୧୯ରୁ ସୁସ୍ଥ ହେବେ ବ୍ରାଜିଲ୍ ରାଷ୍ଟ୍ରପତି

ରିଓ ଡି ଜେନିରୋ: ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଚିକିତ୍ସା କରାଇ କରୋନାଭାଇରସ୍ ସଂକ୍ରମଣୁ ଖୁବ୍ ଶୀଘ୍ର ସୁସ୍ଥ ହେବେ ବୋଲି ବ୍ରାଜିଲ୍‌ର ୬୫ ବର୍ଷିୟ ରାଷ୍ଟ୍ରପତି ଜୈର୍ ବୋଲ୍‌ସୋନାରୋ କହିଛନ୍ତି।

ମଙ୍ଗଳବାର ଦିନ ରାଷ୍ଟ୍ରପତି ବୋଲ୍‌ସୋନାରୋ ମଙ୍ଗଳବାର ଦିନ କରୋନାଭାଇରସ୍ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ସାମ୍ବାଦିକମାନଙ୍କୁ ସେ କହିଛନ୍ତି,  ଜ୍ବର, ଦେହହାତ ଘୋଳାବିନ୍ଧା ଏବଂ ଅସ୍ଥିରତା ଲାଗିବାରୁ ସେ ସୋମବାର ଦିନ ଫୁସ୍‌ଫୁସ୍‌ ଏକ୍ସରେ କରାଇଥିଲେ।

publive-image

ମଙ୍ଗଳବାର ସୁଦ୍ଧା ଜ୍ବର କମିଯାଇଥିଲା। ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଖାଇବା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଥିବା କଥା ସେ କହିଛନ୍ତି। ତାଙ୍କୁ କେତେ ଭଲ ଲାଗୁଛି ଦର୍ଶାଇବାକୁ ସେ ସାମ୍ବାଦିକମାନଙ୍କ ଠାରୁ ପଛକୁ ଘୁଞ୍ଚିଯାଇ ମୁହଁରୁ ମାସ୍କ୍‌ କାଢ଼ି ଦେଇଥିଲେ।

publive-image Image Courtesy of The New Indian Express

ସେ ପୁଣି କହିଲେ, ମୁଁ ଭଲ ଓ ସ୍ବାଭାବିକ ଅଛି। ଏଠି ବି ମୁଁ ‌ଟିକେ ଚଲାବୁଲା କରିବାକୁ ଚାହୁଁଛି, କିନ୍ତୁ ଡାକ୍ତରଙ୍କ ଉପଦେଶ ମାନି ତାହା କରି ପାରୁନାହିଁ। ହାଇଡ୍ରୋକ୍ସିକ୍ଲୋ‌ରକ୍ବିନ୍‌ର ତୃତୀୟ ପାନ ଗ୍ରହଣ ସମୟରେ ଏକ ଭିଡିଓ ମଧ୍ୟ ସେ ମଙ୍ଗଳବାର ଦିନ ଫେସ୍‌ବୁକ୍‌ରେ ପୋ‌ଷ୍ଟ୍‌ କରିଥିଲେ। ଗ୍ଲାସେ ପାଣିରେ ଔଷଧ ଖାଉ ଖାଉ ସେ କହିଲେ ଆଜି ମତେ ଖୁବ୍ ଭଲ ଲାଗୁଛି, ତେଣୁ ଔଷଧ ନିଶ୍ଚୟ କାମ କରୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe