ପୁଣି ଥରେ କୋଭିଡ୍-୧୯ ପଜିଟିଭ୍ ହେଲେ ବ୍ରାଜିଲ୍ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ

Advertisment
ପୁଣି ଥରେ କୋଭିଡ୍-୧୯ ପଜିଟିଭ୍ ହେଲେ ବ୍ରାଜିଲ୍ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ

Image Courtesy of Zee News

ବ୍ରାସିଲିଆ: ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ ପୁଣି ଥରେ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ‌ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି।

ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଯଦି ସେ ଏ ସପ୍ତାହରେ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସେ ସେ ସ୍ବାଭାବିକ ଭାବେ ତାଙ୍କ କାମରେ ଲାଗିଯିବେ। ଆଉ ଅଳ୍ପ ଦିନ ପରେ ସେ ପୁଣି ଥରେ ପରୀକ୍ଷା କରାଇବେ ବୋଲି କହିଛନ୍ତି।

publive-image Image Courtesy of Reuters

ପୂର୍ବତନ ସେନା କ୍ୟାପ୍‌ଟେନ୍ ବଲ୍‌ସୋନାରୋ ସଂକ୍ରମିତ ହୋଇଥିବା କଥା ପ୍ରଥମେ ଜୁଲାଇ ୭ ତାରିଖରେ ଜଣାପଡ଼ିଥିଲା। କୋଭିଡ୍-୧୯ର ଭୟାବହତାକୁ ଅସ୍ବୀକାର କରି ସେ ଏହାକୁ ସାମାନ୍ୟ ଥଣ୍ଡା ବୋଲି କହିଥିଲେ। ସେ କହିଥିଲେ କି, ଅସୁସ୍ଥ ହୋଇ ପଡ଼ିଲେ ବି ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଯୋଗୁଁ କୌଣସି ସାଙ୍ଘାତିକ ଲକ୍ଷଣ ପ୍ରକାଶ ପାଇବ ନାହିଁ।

ଏଥିପାଇଁ ସେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋ‌ରୋକ୍ବିନ୍ ଖାଉଥିବା କଥା କହିଥିଲେ। ଦେଶ ଓ ସହର ଲକ୍‌ଡାଉନ୍ ବ୍ୟବସ୍ଥାକୁ ବିରୋଧ କରୁଥିବା ‌ବଲସା‌ନାରୋ ମାସ୍କ୍‌ ନ ପିନ୍ଧି ସବୁବେଳେ ବାହାରେ ବୁଲାବୁଲି କରୁଥିବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ସମାଲୋଚିତ ହେଉଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ସମ୍ପ୍ରତି ବ୍ରାଜିଲ୍‌ରେ ସଂକ୍ରମଣ ସଂଖ୍ୟା ୨ ନିୟୁତ ଟପିଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୭୪ ହଜାରରୁ ଅଧିକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe