ମୁଁ ଟ୍ରମ୍ପଙ୍କ ଗୋଡ଼ ଧରିବାକୁ ଯିବି ନାହିଁ; ୫୦% ଶୁଳ୍କ ଲାଗୁ ପରେ ଏଭଳି କହିଲେ ବ୍ରାଜିଲ ରାଷ୍ଟ୍ରପତି

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଯିବି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଡ଼ ଧରିବିନି। ଏଭଳି କହି ଏବେ ଚର୍ଚ୍ଚାରେ ବ୍ରାଜିଲ ରାଷ୍ଟ୍ରପତି ଲୂଲା ଦା ସିଲଭା।

New Project (1)

ନୂଆଦିଲ୍ଲୀ: ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଯିବି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଡ଼ ଧରିବିନି। ଏଭଳି କହି ଏବେ ଚର୍ଚ୍ଚାରେ ବ୍ରାଜିଲ ରାଷ୍ଟ୍ରପତି ଲୂଲା ଦା ସିଲଭା। ସେ କହିଛନ୍ତି ଯେ, ସେ ଶୁଳ୍କ ସମସ୍ୟାର ସମାଧାନ ପାଇଁ ଟ୍ରମ୍ପଙ୍କ ସହ କଥା ହେବାକୁ ଆଗ୍ରହୀ ନୁହଁନ୍ତି। ଏହା ବଦଳରେ, ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିବାକୁ ପସନ୍ଦ କରିବେ। ଏମିତିକି ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଫୋନ୍ କରିବେ କିନ୍ତୁ ସେ ଟ୍ରମ୍ପଙ୍କୁ ଫୋନ୍ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ବ୍ରାଜିଲ ଉପରେ ୫୦ ପ୍ରତିଶତ ଭାରୀ ଶୁଳ୍କ ଲାଗୁ କରିଛନ୍ତି। ଲୂଲା ଦା ସିଲଭା, ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସବୁଠାରୁ ଦୁଃଖଦ ଦିନ ବୋଲି କହିଛନ୍ତି। ସେ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧକୁ ବ୍ରାଜିଲର ସାର୍ବଭୌମତ୍ୱ ଏବଂ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି। ପ୍ରକୃତରେ, ବ୍ରାଜିଲ ଉପରେ ଟ୍ରମ୍ପଙ୍କ ଶୁଳ୍କ କେବଳ ବାଣିଜ୍ୟିକ ପ୍ରାଧାନ୍ୟ ପାଇଁ ଲଢ଼େଇ ନୁହେଁ, ବରଂ ଟ୍ରମ୍ପ ବ୍ରାଜିଲର ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ହସ୍ତକ୍ଷେପ କରୁଛନ୍ତି।

ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ, ଟ୍ରମ୍ପ କହିଥିଲେ ଯେ ବ୍ରାଜିଲର ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ତାଙ୍କୁ ଯେକୌଣସି ସମୟରେ ଫୋନ୍ କରିପାରନ୍ତି। ଟ୍ରମ୍ପ କହିଥିଲେ ଯେ, ସେ ବ୍ରାଜିଲର ଲୋକଙ୍କୁ ପସନ୍ଦ କରନ୍ତି କିନ୍ତୁ ଯେଉଁମାନେ ବ୍ରାଜିଲ ଚଳାଉଛନ୍ତି ସେମାନେ ଭୁଲ କରୁଛନ୍ତି। ଟ୍ରମ୍ପଙ୍କ ଏଭଳି ବୟାନ ଉପରେ ଲୂଲା କହିଛନ୍ତି ଯେ, "ମୁଁ ଟ୍ରମ୍ପଙ୍କୁ ଫୋନ୍ କରିବି ନାହିଁ କାରଣ ମୁଁ କଥା ହେବାକୁ ଚାହୁଁ ନାହିଁ। ମୁଁ ସି ଜିନପିଙ୍ଗଙ୍କୁ ଫୋନ୍ କରିବି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିବି। ମୁଁ ଏବେ ପୁଟିନଙ୍କୁ ଫୋନ୍ କରିବି ନାହିଁ କାରଣ ସେ ଯାତ୍ରା କରିବା ସ୍ଥିତିରେ ନାହାନ୍ତି। କିନ୍ତୁ ମୁଁ ଅନ୍ୟ କିଛି ଦେଶର ରାଷ୍ଟ୍ରପତିଙ୍କୁ ଫୋନ୍ କରିବି, ହେଲେ ଟ୍ରମ୍ପଙ୍କୁ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe