ବ୍ରାଜିଲ୍‌ ଅଣାୟତ୍ତ: ଦିନକରେ ୧୧୭୯ ମୃତ, ୧୪ ହଜାରରୁ ଅଧିକ ଆକ୍ରାନ୍ତ

Advertisment

ବିଶ୍ବରେ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ଟପିଲା

ବିଶ୍ବରେ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ଟପିଲା

ବ୍ରାଜିଲ୍‌ ଅଣାୟତ୍ତ: ଦିନକରେ ୧୧୭୯ ମୃତ, ୧୪ ହଜାରରୁ ଅଧିକ ଆକ୍ରାନ୍ତ

www.theaustralian.com.au

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ବ୍ରାଜିଲ୍‌ରେ ଏବେ ଅଣାୟତ୍ତ ସ୍ଥିତି ଉପୁଜିଛି। ଦିନକରେ ବ୍ରାଜିଲ୍‌ରେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୭ ହଜାର ୪୦୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୧୭ ହଜାର ୯୭୧ରେ ପହଞ୍ଚିଛି ଏବଂ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୧ ହଜାର ୮୮୫ ରହିଛି। ଗତ ସୋମବାର ବ୍ରାଜିଲ୍‌ ସଂକ୍ରମଣ ମାମଲାରେ ବ୍ର‌ିଟେନ୍‌କୁ ଟପିଯାଇଥିଲା। ସ୍ପଷ୍ଟ ସଂକ୍ରମଣ ମାମଲାରେ ବ୍ରାଜିଲ୍‌ ବିଶ୍ବରେ ତୃତୀୟ ସ୍ଥାନରେ ଥିବା କୁହାଯାଉଛି। ତେବେ ବ୍ରାଜିଲ୍‌ରେ ସଂକ୍ରମଣ ବଢ଼ିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବ୍ରାଜିଲ୍‌ରୁ ଯାତ୍ରା କଟକଣା ଲଗାଇବା ପାଇଁ ଚିନ୍ତା କରୁଛନ୍ତି। ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୧ ହଜାର ଟପିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି।

publive-image

ସ୍ବାସ୍ଥ୍ୟ ବିଶେଷଜ୍ଞମା‌ନେ କହିଛନ୍ତି ‌ଯେ ବ୍ରାଜିଲ୍‌ରେ ବାସ୍ତବ ସଂକ୍ରମଣ ମାମଲା‌ ୧୫ ଗୁଣା ଅଧିକ ହୋଇଥିବ। କାରଣ ଅନ୍ୟ ଦେଶ ତୁଳନାରେ ବ୍ରାଜିଲ୍‌ରେ ବହୁତ କମ୍‌ ଟେଷ୍ଟିଂ କରାଯାଉଛି। ‌ ଜଣାଯାଇଛି ଯେ, ୭୨ ଘଣ୍ଟାରେ ବ୍ରାଜିଲ୍‌ ବ୍ରିଟେନ୍‌, ସ୍ପେନ୍‌ ଏବଂ ଇଟାଲିକୁ ଟପି ବିଶ୍ବର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ସମଗ୍ର ବିଶ୍ବରେ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ଟପିଛି। ବିଶ୍ବରେ ୫୦ ଲକ୍ଷ ୮ ହଜାର ୧୮୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩ ଲକ୍ଷ ୨୫ ହଜାରରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ ୧୫ ଲକ୍ଷ ୭୦ ହଜାର ୫୮୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ୯୩ ହଜାର ୫୩୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ରୁଷ୍‌ରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୮ ହଜାର ୭୦୫‌ରେ ପହଞ୍ଚିଛି ଏବଂ ୨,୯୭୨ ଜଣଙ୍କ ମୃତ୍ୟୁ ହୋଇଛି।

ଚୀନ୍‌ରେ ପୁଣି ୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦକ୍ଷିଣ କୋରିଆରେ ପୁଣି ସଂକ୍ରମଣ ବଢ଼ିଛି। କରୋନା ଆକ୍ରାନ୍ତ ହୋଇଥିବା ପ୍ରାୟ ୨୦୦ ଜଣ ସିଓଲ୍‌ ନାଇଟ୍‌ କ୍ଲବ୍‌ ଯାଇଥିବା ଜଣାପଡ଼ିଛି। ତେବେ ଦ୍ବିତୀୟ ପର୍ଯ୍ୟାୟରେ ସଂକ୍ରମଣ ବଢ଼ିବାରୁ ଦକ୍ଷିଣ କୋରିଆରେ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରାଯାଇଛି। ନୂଆ କ୍ଲଷ୍ଟର ସଂକ୍ରମଣ ପାଇଁ ଦକ୍ଷିଣ କୋରିଆରେ ୬୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ତେବେ ଦକ୍ଷିଣ କୋରିଆରେ ମୋଟ୍‌ ୧୧ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୨୬୩ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ୨୪ ଘଣ୍ଟାରେ ପୁଣି ୨୦ ହଜାର ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୫୭୪ ଜଣଙ୍କ ମୃତ୍ୟୁ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe