୫ ବଡ଼ କଂପାନିକୁ ଭାଙ୍ଗି ଦିଅ: ରିଜର୍ଭ ବ୍ୟାଙ୍କ ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ପ୍ରସ୍ତାବ

୫ ବଡ଼ କଂପାନିକୁ ଭାଙ୍ଗି ଦିଅ: ରିଜର୍ଭ ବ୍ୟାଙ୍କ ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ପ୍ରସ୍ତାବ

Bloomberg.com

ନୂଆଦିଲ୍ଲୀ: ଖୁଚୁରା, ସମ୍ବଳ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ଥିବା ପାଞ୍ଚଟି ବଡ଼ ସଂସ୍ଥା ବେଶ ଶକ୍ତିଶାଳୀ। ମୂଲ୍ୟ ନିର୍ଧାରଣ କରିବା ଲାଗି ସେମାନଙ୍କ ପାଖରେ ଅସମ୍ଭବ କ୍ଷମତା ରହିଛି। ଦରଦାମ୍‌ରେ ହେଉଥିବ ବୃଦ୍ଧି ପ୍ରତି ସେମାନଙ୍କ ଅବଦାନ ରହିଛି। ସେହି ସଂସ୍ଥାଗୁଡ଼ିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ପ୍ରସ୍ତାବ ଦେଇଛନ୍ତି। ‌

publive-image

ଯେଉଁ ପାଞ୍ଚଟି ବଡ଼ ସଂସ୍ଥାକୁ ଭାଙ୍ଗିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି ସେହି କଂପାନିଗୁଡ଼ିକ ହେଉଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍, ରତନ ଟାଟାଙ୍କ ଟାଟା ଗ୍ରୁପ୍, କୁମାର ମଙ୍ଗଳମ ବିର୍ଲାଙ୍କ ଆଦିତ୍ୟ ବିର୍ଲା ଗ୍ରୁପ୍, ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ଓ ସୁନିଲ ମିତ୍ତଲଙ୍କ ଭାରତୀ ଏୟାରଟେଲ। ବିରଳ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୨୦୧୮ରେ ସରକାରଙ୍କ ହସ୍ତକ୍ଷେପ ବିରୋଧରେ ସ୍ବର ଉଠାଇଥିଲେ। କାର୍ଯ୍ୟକାଳ ଶେଷ ହେବାର ଛଅ ମାସ ପୂର୍ବରୁ ପଦ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe