ଜୀବନସାଥୀ ଚୟନ କରିବା ମୌଳିକ ଅଧିକାର: ଆହ୍ଲାବାଦ ହାଇକୋର୍ଟ

ବାଲ୍ୟ ବିବାହ ମୁକ୍ତ ହେଲା ନବରଙ୍ଗପୁରର ୮୪ ଗାଁ

southreelnews.com

ଲକ୍ଷ୍ନୌ: ଆହ୍ଲାବାଦ୍‌ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି, ଜୀବନସାଥୀ ଚୟନ କରିବା ଏକ ମୌଳିକ ଅଧିକାର। ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଜଣେ ଜୀବନସାଥୀ ବାଛିବାର ଅଧିକାର ହେଉଛି ବ୍ୟକ୍ତି ସ୍ବାଧୀନତାର ମୂଳ ଆଧାର। ତେଣୁ ବିବାହ କ୍ଷେତ୍ରରେ ଏକ ବ୍ୟକ୍ତିଗତ ସମ୍ପର୍କରେ ହସ୍ତକ୍ଷେପ କରିବା‌ର ଅର୍ଥ ଦୁଇ ଜଣ ବ୍ୟକ୍ତିଙ୍କ ସ୍ବାଧୀନତାର ଅଧିକାରକୁ ଗୁରୁତର ଉଲ୍ଲଂଘନ କରିବା। ଉତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନ କରି ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିବା ଜଣେ ମୁସଲିମ ଯୁବକଙ୍କ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଆଜି ଏହି ରାୟ ଦେଇଛନ୍ତି।

ଗତବର୍ଷ ଉତ୍ତରପ୍ରଦେଶ କୁଶିନଗରର ଜଣେ ମୁସଲିମ ଯୁବକ ସଲାମତ୍‌ ଅନ୍‌ସାରି ଜଣେ ହିନ୍ଦୁ ମହିଳା ପ୍ରିୟଙ୍କା ଖାରୱରଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ତାଙ୍କ ବାପା ମା’ଙ୍କ ଇଚ୍ଛା ବିରୋଧରେ ଧର୍ମ ପରିବର୍ତ୍ତନ କରି ସଲାମତ୍‌ଙ୍କୁ ବିବାହ କରିଥିଲେ। ପରିବାରର ଅଭିଯୋଗ ଆଧାରରେ ଝିଅକୁ ନାବାଳିକା ଦର୍ଶାଇ ସଲାମତ୍‌ଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe