ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ମୋଦୀ’ ଓ ‘ନମୋ’ ଚ୍ୟାନେଲ୍‌ ପରେ ବନ୍ଦ ହେଲା ଓଏବ୍‌ ସିରିଜ୍‌ ‘ଜର୍ଣ୍ଣି ଅଫ୍‌ ଏ କମନ୍‌ ମ୍ୟାନ୍‌’

Advertisment
ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ମୋଦୀ’ ଓ ‘ନମୋ’ ଚ୍ୟାନେଲ୍‌ ପରେ ବନ୍ଦ ହେଲା ଓଏବ୍‌ ସିରିଜ୍‌ ‘ଜର୍ଣ୍ଣି ଅଫ୍‌ ଏ କମନ୍‌ ମ୍ୟାନ୍‌’

India TV

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ମୋଦୀ’ ଓ ପ୍ରଧାନମନ୍ତ୍ରୀଙ୍କ ‘ନମୋ’ ଚ୍ୟାନେଲ୍‌ ପରେ ଏବେ ନିର୍ବାଚନ କମିସନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଧାରିତ ଓଏବ୍‌ ସିରିଜ୍‌କୁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଓଏବ୍‌ ସିରିଜ୍‌ ‘ଜର୍ଣ୍ଣି ଅଫ୍‌ ଏ କମନ୍‌ ମ୍ୟାନ୍‌’ରେ ମୋଦୀଙ୍କ ଜୀବନ କଥା ପ୍ରସାରିତ କରାଯାଉଥିଲା। ଏହି ସିରିଜ୍‌କୁ ନିର୍ବାଚନ କମିସନ ବନ୍ଦ ନିର୍ଦ୍ଦେଶ ଦେବା ସହ ପୂର୍ବରୁ ଇଣ୍ଟର୍‌ନେଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏହାର ସମସ୍ତ ପୁରୁଣା ଏପିସୋଡକୁଡ଼ିକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୋଦୀଙ୍କ ଉପରେ ଆଧାରିତ ଏହି ଓଏବ୍‌ ସିରିଜ୍‌ଟି ପ୍ରସାରିତ କରାଉଥିବର ଓଏବ୍‌ ଚ୍ୟାନେଲ୍‌ ଏରୋସ୍‌ ନାଓକୁ ନିର୍ବାଚନ କମିସନ ଶନିବାର ଲିଖିତ ଆକାରରେ ଜଣାଇଛନ୍ତି ଯେ ଏହି ସିରିଜ୍‌ଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି। ପୂର୍ବରୁ ଏହି ସମାନ କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ଓ ତାଙ୍କ ଚ୍ୟାନଲ୍‌କୁ ମଧ୍ୟ ବ୍ୟାନ୍‌ କରାଯାଇ ସାରିଛି।

publive-image

ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଏହି ଧାରାବାହିକଟିକୁ ଲେଖିଛନ୍ତି ସେନ୍‌ସର୍‌ ବୋର୍ଡ ସଦସ୍ୟ ମିହିର୍‌ ଭୁଟା ଓ ରାଧିକା ଆନନ୍ଦ। ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଉମେଶ ଶୁକ୍ଳା। ଏହି ସିରିଜ୍‌ଟି ମୋଦୀଙ୍କ ଜନ୍ମସ୍ଥାନ ଗୁଜୁରାଟର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଛି। ମୋଦୀ ବଢ଼ିଥିବା ବାସ୍ତବ ଜାଗାଗୁଡ଼ିକ ଏଥିରେ ଦୃଶ୍ୟମାନ ହୋଇଛି। ପ୍ରଖ୍ୟାତ ଅଭିନେତା ମହେଶ ଠାକୁର ମୋଦୀଙ୍କ ଭୂମିକା ନିଭାଇଥିବା ବେଳେ ମୋଦୀଙ୍କ ପିଲାଦିନର ଭୂମିକାର ଅବତୀର୍ଣ୍ଣ ହୋଇଛନ୍ତି ଆଶିଷ ଶର୍ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe