ଅଜବ ଘଟଣା: ବିୟୁଟି ପାର୍ଲରରୁ ସଜେଇ ହୋଇ କନ୍ୟା ବାହାରୁଥିବା ବେଳେ ଖବର ମିଳିଲା ବିବାହ ଭାଙ୍ଗି ଯାଇଛି

Advertisment
ଅଜବ ଘଟଣା: ବିୟୁଟି ପାର୍ଲରରୁ ସଜେଇ ହୋଇ କନ୍ୟା ବାହାରୁଥିବା ବେଳେ ଖବର ମିଳିଲା ବିବାହ ଭାଙ୍ଗି ଯାଇଛି

ନୂଆଦିଲ୍ଲୀ: ବିବାହକୁ ନେଇ ପ୍ରତ୍ୟେକ ପୁଅ ଓ ଝିଅଙ୍କ ମଧ୍ୟରେ  ଉତ୍ସାହ ଭରି ରହିଥାଏ। କାରଣ ବର ଓ କନ୍ୟା ବେଶରେ ସଜେଇ ହେବା ଦିନ ପୁଅ ଓ ଝିଅଙ୍କ ଜୀବନରେ ଥରଟିଏ ହିଁ ଆସିଥାଏ। ଏଥିପାଇଁ ବିବାହ ଦିନ ବର ଓ କନ୍ୟା ସଜେଇ ହୋଇଥାଆନ୍ତି। ନିକଟରେ କନ୍ୟା ନିଜର ବିବାହ ପାଇଁ ବିୟୁଟି ପାର୍ଲରୁ ସଜେଇ ହୋଇ ବାହାରୁଥିବା ବେଳେ ଖବର ଆସିଥିଲା କି ବିବାହ ଭାଙ୍ଗି ଯାଇଛି।

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି। ଏଠାରେ ବିବାହର କିଛି ସମୟ ପୂର୍ବରୁ ବର ବରଯାତ୍ରୀ ନେଇ ଆସିବ ନାହିଁ ବୋଲି ମନା କରି ଦେଇଥିଲେ। କନ୍ୟା ପୁଷ୍ପାଲତାଙ୍କ ବିବାହ କ୍ରାନ୍ତି ସିଂହଙ୍କ ସହିତ ଏପ୍ରିଲ ୨୮ ତାରିଖରେ ସ୍ଥିର ହୋଇଥିଲା। ବରଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ କନ୍ୟା ଘର ଲୋକ ପୂରା ପ୍ରସ୍ତୁତି କରି ସାରିଥିଲେ।

ଏପଟେ ପୁଷ୍ପା ସାଙ୍ଗ ସହିତ  ବିୟୁଟି ପାର୍ଲକୁ ସଜେଇ ହେବା ପାଇଁ ଯାଇଥିଲେ। ଯେମିତି ହିଁ ସେ ସଜେଇ ହୋଇ ବିବାହ ପାଇଁ ପୂରା ପ୍ରସ୍ତୁତ ହୋଇ ବାହାରୁଥିଲେ ବରଙ୍କ ମେସେଜ ତାଙ୍କ ଫୋନକୁ ଆସିଥିଲା। ଏହି ମସେଜ ଟି ଥିଲା ଏପରି,‘ ଏ ବିବାହ ଭାଙ୍ଗି ଯାଇଛି। ମୁଁ ବରଯାତ୍ରୀ ନେଇ ତୁମ ଘରକୁ ଯାଉ ନାହିଁ।’ ଏହି ମେସେଜ ଦେଖି କନ୍ୟା ସ୍ଥାଣୁ ପ୍ରାୟ ପାଲଟି ଯାଇଥିଲେ।  କନ୍ୟା କାନ୍ଦିକାନ୍ଦି ଏସମ୍ପର୍କରେ ସୂଚନା ନିଜ ଘର ଲୋକଙ୍କୁ ଦେଇଥିଲେ। ପରିବାରଲୋକ ବର ଘରଲୋକଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଛି।

ତେବେ କନ୍ୟାଘର ଲୋକଙ୍କ କହିବାନୁସାରେ, ଯୌତୁକ ପାଇଁ ଏହି ବିବାହ ପୁଅଘର ଲୋକ ଭାଙ୍ଗି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe