ବିଧାତାର ଏ କି ନିୟମ: ବିବାହର ୫ଘଣ୍ଟା ପରେ ନବବଧୂର ମୃତ୍ୟୁ, ସ୍ବାମୀ ଦେଲା ମୁଖାଗ୍ନୀ

Advertisment
ବିଧାତାର ଏ କି ନିୟମ: ବିବାହର ୫ଘଣ୍ଟା ପରେ ନବବଧୂର ମୃତ୍ୟୁ, ସ୍ବାମୀ ଦେଲା ମୁଖାଗ୍ନୀ

ବିହାର: ବିହାରର ମୁଙ୍ଗେରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୫ଘଣ୍ଟା ପରେ ନବବଧୂଙ୍କ ମୃତ୍ୟୁ ହୋଇଯାଇଥିଲା। ବିବାହ ଶେଷ ହେଉହେଉ ନବବଧୂଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ଶେଷର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା।

ତାରାପୁର ଅନୁମଣ୍ଡଳ ଅଞ୍ଚଳରେ ଅଫଜଲ ନଗର ପଞ୍ଚାୟତରେ ଖୁଦିଆ ଗ୍ରାମରେ ନିଶା କୁମାରୀ ବସବାସ କରନ୍ତି। ତାଙ୍କ ବିବାହ ମହକୋଳା ଗ୍ରାମର ସୁରେଶ ଯାଦବଙ୍କ ପୁଅ ରବିଶଙ୍କ ସହିତ ହୋଇଥିଲା। ବେଦୀରେ ସିନ୍ଦୂର ଦାନ ପରେ ସାତଫେରା ହୋଇଥିଲା। ଏହାପରେ ହଠାତ ନିଶାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ କନ୍ୟା ଓ ବର ଘର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ରବିଶ ବିବାହ କରି ନିଶାଙ୍କୁ ତାଙ୍କ ଘରକୁ ନେଇ ରାଣୀ କରି ରଖିବେ ବୋଲି ଦେଖିଥିବା ସ୍ବପ୍ନ ଛାରଖାର ହୋଇଯାଇଥିଲା।

Death of the bride

ବିବାହ ପରେ ପରିବାରଲୋକେ ନିଶାଙ୍କୁ ଶାଶୁଘରକୁ ବିଦା କରିବା ବଦଳରେ ବଧୂ ବେଶରେ ସଜେଇ ଶ୍ମଶାନକୁ ନେଇଥିଲେ। ଏଦୃଶ୍ୟ ଦେଖି ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଥିଲା। ଲୋକେ କହୁଥିଲେ, ‘ହେ ବିଧାତା ତୋର ଏ କି ନିୟମ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe