ଅଜାତିରେ ବିବାହ କରିବାରୁ ଭଉଣୀକୁ ବାଇକରେ ଉଠାଇ ନେଲେ ଭାଇ

Advertisment
ଅଜାତିରେ ବିବାହ କରିବାରୁ ଭଉଣୀକୁ ବାଇକରେ ଉଠାଇ ନେଲେ ଭାଇ

ପାଟନା: ଅଜାତିରେ ପ୍ରେମବିବାହ କରିଥିବାରୁ ଭଉଣୀକୁ ଜୋର ଜବରଦସ୍ତ ବାଇକରେ ଉଠାଇ ନେଲେ ଭାଇ। ବିହାରର ଆରାରିଆରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଏହାର ଭିଡିଓ ଏବେ ସାମ୍ନାକୁ ଆସିବା ସହ ଏହି ଘଟଣାକୁ ନେଇ ପୁଅର ବାପା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଏହି ଘଟଣା ଘଟିଛି ଆରାରିଆର ବଥନାହା ଓପି ଅଞ୍ଚଳର ଶ୍ୟାମନଗର ଗ୍ରାମରେ। ଏଠାରେ ଏକ ଦମ୍ପତି ପ୍ରେମ ସମ୍ପର୍କ ରଖିବା ସହ କିଛି ଦିନ ପୂର୍ବରୁ ବିବାହ କରିଥିଲେ। ଉଭୟ ଭିନ୍ନ ଜାତିର ଅଟନ୍ତି। ଝିଅ ଏଭଳି ଅଜାତିରେ ବିବାହ କରିଥିବାରୁ ତାଙ୍କ ପରିବାର ଲୋକେ ଏହାକୁ ପସନ୍ଦ କରୁନଥିଲେ। ଏନେଇ ଝିଅର ଭାଇମାନେ କିଛି ଏପରି କାମ କଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

କୁହାଯାଉଛି ଯେ, ଅଜାତିରେ ବିବାହ କରିବା ପରେ ଝିଅ ଘର ଲେ‌ାକେ ଅଭିଯୋଗ କରି ସରପଞ୍ଚଙ୍କୁ ଏହାର ସମାଧାନ କରିବାକୁ କହିଥିଲେ। ପଞ୍ଚାୟତ ଅଫିସରେ ବୈଠକ କରି ଏହାର ସମାଧାନ କରିବାକୁ ସରପଞ୍ଚ ଉଭୟ ପକ୍ଷକୁ ଡାକିଥିଲେ। ଘଟଣା ଦିନ ଉଭୟ ପକ୍ଷ ପହଞ୍ଚିବା ସହ ଝିଅ ମଧ୍ୟ ସେଠାରେ ପହଞ୍ଚିଥିଲା। ଏହା ପରେ ତାଙ୍କ ଭାଇମାନେ ତାଙ୍କୁ ଜବରଦସ୍ତ ବାଇକରେ ଉଠାଇ ନେଇ ସେଠାରୁ ଚାଲିଯାଇଥିଲେ। ଏବେ ପୁଅ ଓ ତାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇପାରେ ବୋଲି ଆଶଙ୍କା କରି ପୁଲିସରେ ଅଭିଯୋଗ କରିଛନ୍ତି। ଝିଅର ଶଶୁର ପୁଲିସ ଷ୍ଟେସନରେ ଅଭିଯୋଗ କରି ବୋହୂକୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି। ଅଭିଯୋଗ ପାଇ ଏ‌ବେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe