ବ୍ୟୁଟି ପାର୍ଲରରୁ ପ୍ରେମିକ ସହ ଫେରାର ହେଲା କନ୍ୟା, ଅଚେତ୍ ହେଲା ବର

Advertisment

ମିରଟରେ, ଜଣେ କନ୍ୟା ବିବାହର କିଛି ଘଣ୍ଟା ପୂର୍ବରୁ ମେକଅପ୍ କରିବା ପାଇଁ ବ୍ୟୁଟି ପାର୍ଲରକୁ ଯାଇଥିଲେ। ମେକଅପ୍ ସମାପ୍ତ ହେବା ମାତ୍ରେ, ସେ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ।

ମିରଟରେ, ଜଣେ କନ୍ୟା ବିବାହର କିଛି ଘଣ୍ଟା ପୂର୍ବରୁ ମେକଅପ୍ କରିବା ପାଇଁ ବ୍ୟୁଟି ପାର୍ଲରକୁ ଯାଇଥିଲେ। ମେକଅପ୍ ସମାପ୍ତ ହେବା ମାତ୍ରେ, ସେ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ।

tbridegr

ମିରଟ: ମଣ୍ଡପ ସଜା ସରିଥିଲା, ଶେହନାଇ ବାଜିବା ଆରମ୍ଭ ହୋଇଥିଲା, କନ୍ୟା ପରିବାର ବରାଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ଏବଂ ଅନ୍ୟପଟେ ବର ମଧ୍ୟ ନିଜ ପଗଡ଼ି ସଜାଇ ବରାଯାତ୍ରୀ ବାହାର କରିବାକୁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ଏକ ଫୋନ କଲ୍ ଆସିଥିଲା, ଯାହା ସମସ୍ତଙ୍କୁ ହତବାକ୍ କରି ଦେଇଥିଲା। କନ୍ୟାପକ୍ଷରୁ ଆସିଥିବା କଲ୍ ବରକୁ ଅଚେତ୍ କରିଦେଇଥିଲା ବୋଲି ଜଣାପଡ଼ିଛି। ପ୍ରଥମେ କନ୍ୟାପକ୍ଷ କହିଥିଲେ ଯେ, ବ୍ୟୁଟି ପାର୍ଲରରୁ ଫେରିବା ସମୟରେ ଏକ ଦୁର୍ଘଟଣାରେ କନ୍ୟାର ମୃତ୍ୟୁ ହୋଇଛି। ଏହା ଶୁଣି ବର ଅଚେତ୍ ହୋଇଯାଇଥିଲା। କିନ୍ତୁ କିଛି ଘଣ୍ଟା ପରେ କନ୍ୟା ମରିନାହିଁ ବରଂ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା। ଏହି ସତ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା। 

ଏହା କୌଣସି ବଲିଉଡ୍ ରୋମାଣ୍ଟିକ୍-କମେଡି ଫିଲ୍ମରେ ନୁହେଁ, ବରଂ ଅସଲରେ ଏହା ଘଟିଛି। ଏହା ମିରଠ ଜିଲ୍ଲାର ଦୌରାଲା ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଯୁବତୀଙ୍କ ବିବାହ ରୋହଟା ଅଞ୍ଚଳର ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। ସୋମବାର ସନ୍ଧ୍ୟାରେ ବରଯାତ୍ରୀ ଆସିବାର ଥିଲା। ବିବାହର କିଛି ଘଣ୍ଟା ପୂର୍ବରୁ କନ୍ୟା ମେକଅପ୍ କରିବା ପାଇଁ ଦୌରାଲାର ଏକ ବ୍ୟୁଟି ପାର୍ଲରକୁ ଯାଇଥିଲେ। ମେକଅପ୍ ସମାପ୍ତ ହେବା ମାତ୍ରେ, କନ୍ୟା ତାଙ୍କ ପ୍ରେମିକର ବାଇକ୍ ଉପରେ ବସି ଫେରାର ହୋଇଯାଇଥିଲେ। କନ୍ୟାପକ୍ଷକୁ ଏବିଷୟରେ ଜଣାପଡ଼ିବା ପ‌ରେ ସେମାନେ ଅନେକ ଖେ‌ାଜାଖୋଜି କରିଥିଲେ। ‌ହେଲେ କନ୍ୟାର ପତ୍ତା ମିଳିନଥିଲା। ଏଥିପାଇଁ କନ୍ୟାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବରପକ୍ଷକୁ ମିଛ କହିଥିଲେ। ପ୍ରକୃତ ସତ ଜାଣିବାକୁ ଯେତେବେଳେ ବରପକ୍ଷ କନ୍ୟା ଘରେ ପହଞ୍ଚିଥିଲେ, ସେତେବେଳେ ଅସଲ ଘଟଣା ସାମ୍ନାକୁ ଆସିଥିଲା।

ଏବେ କନ୍ୟାପକ୍ଷ ପୁଲିସରେ ଅଭିଯୋଗ କରିବା ପରେ କନ୍ୟାକୁ ଖୋଜିବା ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe