ଗାଡ଼ି ବଦଳରେ ଡଙ୍ଗାରେ ବସି ଶଶୁରଘରେ ପହଞ୍ଚିଲେ କନ୍ୟା

ଗାଡ଼ି ବଦଳରେ ଡଙ୍ଗାରେ ବସି ଶଶୁରଘରେ ପହଞ୍ଚିଲେ କନ୍ୟା

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଯେଉଁଠାରେ ଜଣେ କନ୍ୟା ବାହାଘର ପରେ ଡଙ୍ଗା ପାର୍‌ ହୋଇ ଶଶୁରଘର ଯିବାର ଦେଖାଯାଇଛି। ଲୋକମାନେ ଯେବେ ଗାଁରେ ବର-କନ୍ୟାଙ୍କୁ ଦେଖିଲେ ତ ଆଶ୍ଚର୍ଯ୍ୟ ହୋଇଗଲେ।

ଜାଣିବାକୁ ମିଳିଛି ‌ଯେ ଘାଘରା ନଦୀ ନିକଟସ୍ଥ ସଟେ ତରବଗଞ୍ଜ ତହସିଲ ଆଖପାଖ ଅଞ୍ଚଳରେ ଅନେକ ଦିନ ହେବ ବର୍ଷା ହେଉଛି। ଏହି କାରଣରୁ ନଦୀ ଆଖପାଖ ସମସ୍ତ ଗାଁକୁ ବନ୍ୟା ଜଳ ଆସିଯାଇଛି। ଏପରି ଅବସ୍ଥାରେ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡୁଛି।

ବେୟୋନ୍ଦା ମାଞ୍ଜା ଗ୍ରାମର ବାସିିନ୍ଦା ରାମ କୁମାରଙ୍କ ବାହାଘର ଏଲି ପରସୌଲୀ ଗାଁରେ ହୋଇଥିଲା। ବନ୍ୟା କାରଣରୁ ରାମ କୁମାରଙ୍କ ବରଯାତ୍ରୀ ଡଙ୍ଗାରେ ଯାଇ କନ୍ୟାଙ୍କ ଘରେ ପହଞ୍ଚିଥି‌ଲେ। ରାମ କୁମାର ନିଜ ପତ୍ନୀଙ୍କୁ ଗାଡ଼ିରେ ନିଜ ଘରକୁ ନେବାକୁ ଚାହୁଁଥିଲେ। ମାତ୍ର ବର୍ଷା ଓ ବନ୍ୟା ମଧ୍ୟରେ ଏପରି ହୋଇପାରିଲା ନାହିଁ।

ରାମ କୁମାର ତାଙ୍କ କନ୍ୟାଙ୍କୁ ଗ‌ାଡ଼ିରେ କିଛି ବାଟ ଆଣିବା ପରେ ସେମାନଙ୍କୁ ଡଙ୍ଗାରେ ଯାତ୍ରା କରିବାକୁ ପଡ଼ିଥିଲା। ସେମାନଙ୍କ ସହ ସେମାନଙ୍କ ଘରର ଅନ୍ୟ ଲୋକମାନେ ବି ସେ ଡଙ୍ଗାରେ ବସି ଯାଇଥିଲେ।

ଗ୍ରାମର ମୁଖିଆଙ୍କ କହିବାନୁଯାୟୀ ବିବାହ ପାଇଁ ତାରିଖ ପୂର୍ବରୁ ସ୍ଥିିର କରାଯାଇଥିଲା। ୧୧ ଜୁଲାଇରେ ବାହାଘର ହେବାର ଥିଲା। ପ୍ରଥମ ଥର ବନ୍ୟା ଟିକେ ଜଲ୍‌ଦି ପଳାଇ ଆସିଲା। ସମସ୍ତ ପ୍ରସ୍ତୁତି ସରି ଯାଇଥିବାରୁ ନିର୍ଦ୍ଧାରିତ ତାରିଖରେ ବାହାଘର କରିବାକୁ ପଡ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe