ବରେଲି: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଜଣେ ଯୁବକର ଚତୁର୍ଥୀ ରାତି ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି। ବିବାହ ପରେ ଚତୁର୍ଥୀ ରାତିରେ ସ୍ୱାମୀ ଯେତେବେଳେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ, ସେତେବେଳେ ସ୍ତ୍ରୀ ଏପରି କିଛି କହିଥିଲେ ଯାହା ଶୁଣି ସ୍ୱାମୀର ପାଦ ତଳୁ ମାଟି ଖସିଯାଇଥିଲା। ଏହା ପରେ ସେ ପୁଲିସର ସାହାଯ୍ୟ ଲୋଡିଥିଲେ। ଏହି ଘଟଣାଟି ବାରାଦରୀ ଥାନା ଅଞ୍ଚଳର, ଯେଉଁଠାରେ ଯୁବକଜଣକ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ପୀଡିତ ପୁଲିସକୁ କହିଛନ୍ତି ଯେ, ସେ ଜାନୁଆରି ୨୦୨୫ରେ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ସେ ପ୍ରଥମ ଥର ପାଇଁ ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଦୂରେଇ ରହିବାକୁ କହିଥିଲେ। ସ୍ତ୍ରୀ କହିଥିଲେ ଯେ, ଯଦି ସେ ତାଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି, ତେବେ ସେ ବିଷ ପିଇଦେବେ। ଯେତେବେଳେ ଯୁବକଜଣକ ଏହାର କାରଣ ପଚାରିଲେ, ପତ୍ନୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଥିଲେ ଯେ, "ମୁଁ ଅନ୍ୟ କାହାର। ମୁଁ ପୂର୍ବରୁ ଅନ୍ୟଜଣକୁ ଭଲ ପାଉଥିଲି। କେବଳ ପରିବାରର ଚାପ ଯୋଗୁଁ ବିବାହ ପାଇଁ ହଁ କହିଥିଲି।"
ଯୁବକଙ୍କ କହିବା ମୁତାବକ, ସବୁ ଜାଣିବା ପରେ ମୁଁ ଶାଶୁଘର ଲୋକଙ୍କୁ ଏବିଷୟରେ ପଚାରିବାରୁ ସେମାନେ ମୋତେ ଧମକ ଦେଇଥିଲେ। ପତ୍ନୀର ପରିବାର ମୋ ବାପାଙ୍କ ବିରୋଧରେ ମିଛ ଆରୋପ ଲଗାଇବାକୁ ଧମକ ଦେବା ସହ ପତ୍ନୀ ବିଷୟ ପିଇବାକୁ ଧମକ ଦେଉଛି।
ଯୁବକଙ୍କ ଅଭିଯୋଗ ପରେ ପୁଲିସ ପତ୍ନୀ ସମେତ ୪ଜଣକ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Follow Us