ଦିଖଣ୍ଡ ହୋଇଗଲା ବ୍ରିଜ୍: ହଠାତ୍ ଭାଙ୍ଗିଗଲା ପୋଲ, ନଦୀକୁ ଖସିପଡିଲା ଅନେକ ଗାଡ଼ି.. ୨ ମୃତ ସୂଚନା, ପୋଲରେ ଝୁଲି ରହିଛି ଟ୍ରକ୍

bridge

ଅହମଦାବାଦ: ମଝି ନଈରେ ଭାଙ୍ଗିଗଲା ପୋଲ । ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ । ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ । ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।

ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିଲା । ଟୁଇଟି ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ଖସିପଡିଥିବା ସୂଚନା ମିଳିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । 

ଆଜି ସକାଳ ସାଢେ ୮ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଟ୍ୟାଙ୍କର ଭାଙ୍ଗି ଯାଇଥିବା ପୋଲରୁ ଅଧା ଝୁଲି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ନଦୀ ଭିତରେ ଖସି ପଡିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି । 

ଭିଡିଓ ଦେଖନ୍ତୁ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe