ଭିଲ୍ୱାରା: ‘ରେସ୍ଲିଙ୍ଗ୍ ଫେଡେରେସନ୍’ର ମୁଖ୍ୟ ବ୍ରିଜ୍ଭୂଷଣଙ୍କ କାର୍ଯ୍ୟକଳାପକୁ ପାପ ବୋଲି କହିବା ସହିତ ତାଙ୍କୁ ଜେଲ୍ରେ ଭର୍ତ୍ତି କରିବା ଲାଗି ରାଜସ୍ଥାନର ଭିଲ୍ୱାରାରେ ଆୟୋଜିତ ୩ ଦିନିଆ ଯୋଗ ଶିବିରକୁ ଯାଇଥିବା ବାବା ରାମଦେବ ଆଜି କହିଛନ୍ତି।
ବ୍ରିଜ୍ଭୂଷଣଙ୍କ ବିଷୟରେ ପଚାରାଯିବାରୁ ରାମଦେବ କହିଲେ, କୁସ୍ତି ମହାସଂଘର ମୁଖ୍ୟଙ୍କ ନାଁରେ ଆଗତ ହୋଇଥିବା ଉତ୍ପୀଡ଼ନ ଅଭିଯୋଗ ଏବଂ ଦେଶର କୁସ୍ତି ଖେଳାଳିମାନେ ଜନ୍ତର ମନ୍ତରରେ ବସି ପ୍ରତିବାଦ କରିବା ଅତ୍ୟନ୍ତ ଲଜ୍ଜାକର କଥା। ସେଭଳି ଲୋକକୁ ତୁରନ୍ତ ଗିରଫ କରାଯାଇ ଜେଲ୍ରେ ଭର୍ତ୍ତି କରାଯିବା ଉଚିତ। ସବୁଦିନ ସେ ମାଆ, ଭଉଣୀ ଓ ଝିଅମାନଙ୍କ ବିରୋଧରେ ଅପ୍ରୀତିକର କଥା କହୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ମନ୍ଦ କାର୍ଯ୍ୟ, ପାପ ମଧ୍ୟ।
Image Courtesy of The Economic Times‘ଏଫ୍ଆଇଆର୍’ ପଞ୍ଜୀକୃତ ହୋଇଥିଲେ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ ନାହିଁ କାହିଁକି ବୋଲି ପଚାରିବାରୁ ବିରକ୍ତ ହୋଇ ରାମଦେବ କହିଲେ, ମୁଁ ଖାଲି ବିବୃତି ଦେଇପାରିବି। ତାଙ୍କୁ ଜେଲ୍ରେ ଭର୍ତ୍ତି କରିପାରିବି ନାହିଁ।
ରାଜନୈତିକ ଭାବେ ମୁଁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ। ମୋର ବୁଦ୍ଧି ଲୋପ ପାଇନାହିଁ। ମୁଁ ମାନସିକ ଭାବେ କିଂବା ବୁଦ୍ଧିବୃତ୍ତିରେ ଅକ୍ଷମ ହୋଇନାହିଁ। ଦେଶ ପାଇଁ ମୋର ଦୂରଦୃଷ୍ଟି ବା ପରିକଳ୍ପନା ରହିଛି। ମୁଁ ରାଜନୈତିକ ଦୃଷ୍ଟିକୋଣ ନେଇ ବିବୃତି ଦେଲେ ଦୁନିଆ ଟିକେ ଓଲଟପାଲଟ ହୋଇଯାଇ ବଜ୍ରପାତ ହୁଏ ବୋଲି ସେ କହିଛନ୍ତି।
Image Courtesy of India Todayସୂଚନାଯୋଗ୍ୟ, ଅତୀତରେ ଅନେକ ପ୍ରସଙ୍ଗରେ ବିବୃତି ଦେଇ ଯୋଗ ଗୁରୁ ବାବା ରାମଦେବ ବିବାଦୀୟ ହୋଇପଡ଼ିଥିଲେ।
Follow Us