କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ: ବ୍ରଜଭୂଷଣ ଶରଣ ସିଂହ

Advertisment

ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,‘ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଯେକୌଣସି ସମୟରେ ପତନ ହୋଇପାରେ। ଅରବିନ୍ଦ କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।’

ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,‘ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଯେକୌଣସି ସମୟରେ ପତନ ହୋଇପାରେ। ଅରବିନ୍ଦ କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।’

346

w3r

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି।  

ଆମ ଆଦମୀ ପାର୍ଟିର ପରାଜୟ ପରେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,‘ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଯେକୌଣସି ସମୟରେ ପତନ ହୋଇପାରେ। ଅରବିନ୍ଦ କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।’

ସୋମବାର (୧୦ ଫେବୃଆରି) ଦିନ ଉତ୍ତରପ୍ରଦେଶର ନିପାନିଆରେ ପୂର୍ବତନ ବିଜେପି ବିଧାୟକ ଦଶରଥ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବ୍ରଜ ଭୂଷଣ ସିଂହ କହିଥିଲେ, 'ଆପଣମାନେ ଭାବିବେ ମୁଁ ବୋଧ ହୁଏ ଭବିଷ୍ୟବାରଣୀ କରୁଛି। କିନ୍ତୁ  ମୁଁ ଭବିଷ୍ୟବାଣୀ କରେ ନାହିଁ, କିନ୍ତୁ ଆଜି ମୁଁ କହୁଛି ଯେ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟିର ଭବିଷ୍ୟତ ସଙ୍କଟରେ ଅଛି। ପଞ୍ଜାବରେ ଆପ ସରକାର ଯେକୌଣସି ସମୟରେ ପତନ ହୋଇପାରେ। କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।’

ବ୍ରଜଭୂଷଣ ଶରଣ ସିଂହ ଦୀର୍ଘ ସମୟ ଧରି ଭାରତୀୟ କୁସ୍ତି ମହାସଂଘର ସଭାପତି ଥିଲେ। ସେ ଛଅ ଥର ସାଂସଦ ମଧ୍ୟ ରହିସାରିଛନ୍ତି। ଲୋକସଭା ନିର୍ବାଚନ ଜିତିବା ପରେ ସେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ଏହା ପରେ, ବ୍ରଜଭୂଷଣ ସିଂହ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ। 

ସେ ୨୦୧୧ ରୁ ୨୦୨୩ ପର୍ଯ୍ୟନ୍ତ କୁସ୍ତି ମହାସଂଘର ସଭାପତି ଥିଲେ। ୨୦୨୨ ମସିହାରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ତାଙ୍କୁ ଭାରତୀୟ କୁସ୍ତି ମହାସଂଘର ସଭାପତି ପଦ ହରାଇବାକୁ ପଡିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe