ବ୍ରିଟେନ୍‌ ସରକାରଙ୍କୁ ମିଳିଲା ଗୁଇନ୍ଦା ତଥ୍ୟ : କରୋନା ପଛରେ ଚୀନ୍‌ ଲ୍ୟାବ୍‌!

Advertisment
ବ୍ରିଟେନ୍‌ ସରକାରଙ୍କୁ ମିଳିଲା ଗୁଇନ୍ଦା ତଥ୍ୟ : କରୋନା ପଛରେ ଚୀନ୍‌ ଲ୍ୟାବ୍‌!

A woman wearing a mask and gloves in Brixton as the spread of the coronavirus disease (COVID-19) continues, London, Britain, March 31, 2020. REUTERS/Henry Nicholls

ଲଣ୍ଡନ: କରୋନା ଭାଇରସ୍‌ ମହାମାରୀ ବ୍ୟାପିବା ପଛରେ ଚୀନ୍‌ର ଉହାନ୍‌ ସହରରେ ଥିବା ସବୁଠାରୁ ବଡ଼ ଭୂତାଣୁ ଗବେଷଣା ଲ୍ୟାବ୍‌ ରହିଛି ଏବଂ ଏହି ଲ୍ୟାବ୍‌ର ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କର୍ମଚାରୀଙ୍କ ପାଇଁ ହିଁ ଏବେ ସମଗ୍ର ବିଶ୍ବ ସଙ୍କଟରେ ପଡ଼ିଯାଇଛି ବୋଲି ବ୍ରିଟେନ୍‌ ସରକାରଙ୍କୁ ଗୁଇନ୍ଦା ତଥ୍ୟ ମିଳିଛି। ତେବେ ଚୀନ୍‌ ସରକାର ସମଗ୍ର ବିଶ୍ବକୁ ଚକ୍‌ମା ଦେଇ ନାନା ମିଥ୍ୟା ତଥ୍ୟ ପ୍ରକାଶ କରୁଛନ୍ତି ଏବଂ ଅନ୍ୟ ମୁଣ୍ଡରେ ଅଠା ବୋଳିବାକୁ ଷଡ଼ଯନ୍ତ୍ର ଚାଲିଛି। ବ୍ରିଟେନ୍‌ର ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଭାଇରସ୍‌ ଅସଲରେ କୌଣସି ମାଂସ ବଜାରରୁ ବ୍ୟାପିନାହିଁ ଏବଂ ଉହାନ୍‌ ଲ୍ୟାବ୍‌ରୁ ଲିକ୍‌ ହେବାପରେ ହିଁ ଏଥିରେ ଲୋକେ ଆକ୍ରାନ୍ତ ହୋଇଥିଲେ। ଉହାନ୍‌ ସ୍ଥିତ ସବୁଠାରୁ ବଡ଼ ଭୂତାଣୁ ଗବେଷଣା ଲ୍ୟାବ୍‌ଠାରୁ ମାତ୍ର ୧୦ ମାଇଲ୍‌ ଦୂରରେ ଏକ ମାଛ ଓ ମାଂସ ବଜାର ରହିଥିବାରୁ ଚୀନ୍‌ ଏହି ବଜାର ଉପରେ ଦୋଷ ଲଦି ଖସିଯିବାକୁ ନାନା ମିଥ୍ୟା ତଥ୍ୟ ଦେଇଥିଲା ବୋଲି ବ୍ରିଟିଶ୍‌ ଗୁଇନ୍ଦା ଦର୍ଶାଇଛନ୍ତି। ଡେଲି ମେଲ୍‌ ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଦ୍ବାରା ଗଠିତ କମିଟି ଏହି ଗୁଇନ୍ଦା ତଥ୍ୟ ଉପରେ ଆଲୋଚନା କରିବା ପରେ ଏ ବାବଦରେ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଚୀନ୍‌ ଲ୍ୟାବ୍‌ର କର୍ମଚାରୀମାନେ ପ୍ରଥମେ ଆକ୍ରାନ୍ତ ହୋଇଥିଲେ ଏବଂ ଏହାପରେ ମାଛ ବଜାରକୁ ଯାଉଥିବା ଲୋକେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ବ୍ରିଟେନ୍‌କୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

୨୦୦୪ରେ ଉହାନ୍‌ର ଭୂତାଣୁ ଗବେଷଣା ଲ୍ୟାବ୍‌ରୁ ଘାତକ ସାର୍ସ ଭାଇରସ୍‌ ବ୍ୟାପିଥିଲା। ଯେଉଁଥିରେ ସେଠା‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୯ ଜଣ ସଂକ୍ରମିତ ହୋଇଥିଲେ। ଚୀନ୍‌ ସରକାର ସେତେବେଳେ କହିଥିଲେ ଯେ ଦାୟିତ୍ବହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ଏବଂ ଏଥିପାଇଁ ୫ ଅଧିକାରୀ ମଧ୍ୟ ଦଣ୍ଡିତ ହୋଇଥିଲେ। ଚୀନ୍‌ ବିଭିନ୍ନ ଘାତକ ଭୂତାଣୁକୁ ନେଇ ବିଭିନ୍ନ ଜୈବ ଅସ୍ତ୍ର ପ୍ରସ୍ତୁତ କରିବାକୁ ଲଗାତାର ପ୍ରୟାସ ଜାରି ରଖିଥିବା କାହାକୁ ଅଛପା ନାହିଁ। ଏବେ ଚୀନ୍‌ରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍‌ ସମଗ୍ର ମାନବ ଜାତି ପାଇଁ ଭୟାନକ ବିପଦ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe