ଚୀନକୁ ଟପିଲା ବ୍ରିଟେନ, ୧୦ ଦିନରେ ନିର୍ମାଣ କଲା ୪୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ଚୀନକୁ ଟପିଲା ବ୍ରିଟେନ, ୧୦ ଦିନରେ ନିର୍ମାଣ କଲା ୪୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

Photo-Peeblishire news

ଲଣ୍ଡନ: ଚୀନରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ, ଏହାର ମୁକାବିଲା ପାଇଁ ଚୀନ ୧୦ ଦିନ ମଧ୍ୟରେ ଏକ ହଜାର ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିଥିଲା | ତେବେ ବର୍ତ୍ତମାନ ବ୍ରିଟେନ ୧୦ ଦିନ ଭିତରେ ଚୀନର ରେକର୍ଡକୁ ଭାଙ୍ଗିଦେଇଛି | ବ୍ରିଟେନ ମାତ୍ର ୧୦ ଦିନ ଭିତରେ ୪ ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କରିଛି | ଏହି ନୂତନ ଡାକ୍ତରଖାନାର ନାମ ରଖାଯାଇଛି ନାଇଟିଙ୍ଗେଲ୍ ହସ୍ପିଟାଲ୍  | ବୁଧବାର ଠାରୁ ଏହି ୪୦୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି।

ପୂର୍ବ ଲଣ୍ଡନର ଡକଲ୍ୟାଣ୍ଡ ଜିଲ୍ଲାରେ ଏକ କନଭେନସନ୍ ସେଣ୍ଟର ଥିଲା। ଯେଉଁ ସମ୍ମିଳନୀ କେନ୍ଦ୍ର ବା କନଭେନସନ ସେଣ୍ଟରକୁ ଏବେ ଏକ ଡାକ୍ତରଖାନାରେ ପରିଣତ କରାଯାଇଛି | ଦୁଇ ହଜାର ଶଯ୍ୟା ବିଶିଷ୍ଟ ଦୁଇଟି ୱାର୍ଡ ହସ୍ପିଟାଲରେ କରାଯାଇଛି। ଏହି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ ବ୍ରିଟେନ ସୈନ୍ୟବାହିନୀଙ୍କ ସହାୟତା ନିଆଯାଇଥିଲା |

publive-image Photo-Digital health

ପାଖାପାଖି ୨୦୦ ସେନା କର୍ମଚାରୀ ଏହି ହସ୍ପିଟାଲର ନିର୍ମାଣ କରିଥିବା ବେଳେ ପ୍ରତ୍ୟେକଟି ୱାର୍ଡରେ ଭେଣ୍ଟିଲେଟର ଏବଂ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା କରାଯାଇଛି | ଏଠାରେ ସୂଚନା ଥାଉ କି କରୋନା ଭୂତାଣୁ ଚାଇନାରେ ବ୍ୟାପିବା ଆରମ୍ଭ କରିଥିବାରୁ ରାସ୍ତା କଡ଼ରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରାଯାଇଥିଲା। ଏହି ରୋଗର ବିସ୍ତାର ଦେଖି ସରକାର ସେନା ସହାୟତାରେ ଏଠାରେ ଖାଲି ପଡିଥିବା ଏକ ବଡ ଜମିରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ମେଡିକାଲ ନିର୍ମାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe