ଇତିହାସରେ ପ୍ରଥମ: ୪୦ ଡିଗ୍ରି ଟପିଲା ବ୍ରିଟେନ୍‌ର ତାପମାତ୍ରା, ସମଗ୍ର ୟୁରୋପ୍‌ରେ ଗ୍ରୀଷ୍ମ ପ୍ରବାହ ଜାରି

Advertisment
ଇତିହାସରେ ପ୍ରଥମ: ୪୦ ଡିଗ୍ରି ଟପିଲା ବ୍ରିଟେନ୍‌ର ତାପମାତ୍ରା, ସମଗ୍ର ୟୁରୋପ୍‌ରେ ଗ୍ରୀଷ୍ମ ପ୍ରବାହ ଜାରି

Image Courtesy of ABC

ଲଣ୍ଡନ୍‌: ମଙ୍ଗଳବାର ଦିନ ଇଂଲଣ୍ଡ୍‌ରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି।

ଇଂଲଣ୍ଡ୍‌ର ପାଣିପାଗ ବିଭାଗ ସୂଚନା ଅନୁସାରେ, କେନ୍ଦ୍ରୀୟ ଇଂଲଣ୍ଡ୍‌ ଅନ୍ତର୍ଗତ କନିଙ୍ଗ୍‌ସ୍‌ବିରେ ମଙ୍ଗଳବାର ଦିନ ୪୦.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦେଶର ଅନ୍ୟାନ୍ୟ ୩୪ଟି ପ୍ରାନ୍ତରେ ମଧ୍ୟ ୩୮.୭ ଡିଗ୍ରିରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ସମଗ୍ର ୟୁରୋପ୍‌ରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ତା’ର ବିପଜ୍ଜନକ ପ୍ରଭାବର ପରିଣାମ।

ଇଂଲଣ୍ଡ୍‌ ପାଣିପାଗ ବିଭାଗରେ କାର୍ଯ୍ୟରତ ଅଧିକାର ଷ୍ଟିଫେନ୍‌ ବାଲ୍‌ଚର୍‌ କହିଛନ୍ତି, ଚାକିରିକାଳ ମଧ୍ୟରେ ସେ ଇଂଲଣ୍ଡ୍‌ରେ ଏତେ ଉତ୍ତାପ ଅନୁଭବ କରିବେ ବୋଲି ଆଶା କରି ନ ଥିଲେ। ଏଠାରେ କରାଯାଉଥିବା ଗବେଷଣା ଅନୁସାରେ, ଇଂଲଣ୍ଡ୍‌ରେ କଦାପି ୪୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଉତ୍ତାପ ଅନୁଭୂତ ହେବା କଥା ନୁହେଁ। କିନ୍ତୁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ  ନିଷ୍କାସିତ ‘ଗ୍ରିନ୍‌ହାଉସ୍‌ ଗ୍ୟାସ୍‌’ ଯୋଗୁଁ ଅତ୍ୟଧିକ ଗ୍ରୀଷ୍ମ ଅନୁଭୂତ ହେଉଥିବାର ସମ୍ଭାବନା ଥାଇପାରେ।

publive-image Image Courtesy of Time

ଲଣ୍ଡନ୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ ଲିଭାଇବାରେ ବ୍ୟସ୍ତଥିବା ଦମକଳ ବାହିନୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କି, ସେମାନେ ବାହାରେ ନିଆଁ ଲଗାଇ ମାଛମାଂସ ଆଦି ପୋଡ଼ି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ।

ଇଂଲଣ୍ଡ୍‌ ବ୍ୟତିରେକ‌େ, ୟୁରୋପୀୟ ଦେଶ ପର୍ତ୍ତୁଗାଲ୍‌ରେ ମଧ୍ୟ ଗତ ସପ୍ତାହରୁ ଗ୍ରୀଷ୍ମ ପ୍ରବାହଜନିତ ଉତ୍ତାପ ୪୦ ଡିଗ୍ରି ଉପରେ ରହିଛି। ଏଥିଯୋଗୁଁ ସେ ଦେଶରେ ୧୦୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲାଣି।

ଗତ ସପ୍ତାହରେ ସ୍ପେନ୍‌ ଓ ଫ୍ରାନ୍‌ସ୍‌ରେ ବନାଗ୍ନି ଯୋଗୁଁ ଅସଂଖ୍ୟ ଜନତାଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe