ଭାରତରୁ ପ୍ରାୟ ୩ନିୟୁତ ୟୁନିଟ ପାରାସିଟାମଲ୍ ଗ୍ରହଣ କରିବ ବ୍ରିଟେନ: ବ୍ରିଟେନ ସରକାର

ଭାରତରୁ ପ୍ରାୟ ୩ନିୟୁତ ୟୁନିଟ ପାରାସିଟାମଲ୍ ଗ୍ରହଣ କରିବ ବ୍ରିଟେନ: ବ୍ରିଟେନ ସରକାର

NewsroomPost

ଲଣ୍ଡନ: ଭାରତ ସହ ଆଲୋଚନା ପରେ ବ୍ରିଟେନକୁ ପ୍ରାୟ ତିନି ନିୟୁତ ୟୁନିଟ୍ ପାରାସିଟାମଲ୍ ମିଳିବ ବୋଲି ବୁଧବାର ବ୍ରିଟେନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଭାରତ ସହ ଆଲୋଚନା ପରେ ବ୍ରିଟେନ ପାଖାପାଖି ୩ନିୟୁତ ୟୁନିଟ୍ ପାରାସିଟାମଲ୍ ଗ୍ରହଣ କରିବ। ଏହା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବ୍ରିଟେନର ସୁପରମାର୍କେଟରେ ଯାଇ ଷ୍ଟକ୍ ହେବ ବୋଲି ବ୍ରିଟେନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ବ୍ରିଟେନରେ ୯୦,୦୦୦ରୁ ଅଧିକ ଲୋକ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ବ୍ରିଟେନ ଭାରତରୁ ପାରାସିଟାମଲ୍ ନେଉଥିବା ଜଣା ପଡିଛି | ସୂଚନା ମୁତାବକ, ଭାରତ କିଛି ଦିନ ପୂର୍ବରୁ କରୋନାଭାଇରସ୍ ଦ୍ୱାରା ଖରାପ ପ୍ରଭାବିତ ହୋଇଥିବା ଦେଶଗୁଡିକୁ ପାରାସିଟାମଲ୍ ଏବଂ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ରପ୍ତାନି ପାଇଁ ସାମୟିକ ଭାବରେ ଲାଇସେନ୍ସ ଦେଇଥିଲା |

UK to receive 3 million units of paracetamol from India The Janambhumi

ବ୍ରିଟେନ ପୂର୍ବରୁ ଭାରତ ଆମେରିକାକୁ ବିପୁଳ ପରିମାଣର ମ୍ୟାଲେରିଆ ନିରୋଧକ ଔଷଧ ପଠାଇଥିଲା | ଆମେରିକାରେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖି ରାଷ୍ଟ୍ରପତି ଟ୍ରମ୍ପ ଭାରତର ସହାୟତା ଲୋଡ଼ିଥିଲେ | ଫୋନ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ପରେ ସେ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେବାକୁ ଅନୁରୋଧ କରିଥିଲେ | ଟ୍ରମ୍ପଙ୍କ ଅନୁରୋଧ ପରେ ଭାରତରେ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଅଛି ବୋଲି ନିଶ୍ଚିତ ହେବା ସହ ପ୍ରଧାନମନ୍ତ୍ରୀ ମୋଦୀ  ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେବାକୁ ରାଜି ହୋଇଥିଲେ | କେବଳ ବ୍ରିଟେନ କି ଆମେରିକା ନୁହେଁ, କରୋନା ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଦେଶକୁ ଭାରତ ସହାୟତାର ହାତ ବଢ଼ାଇଥିବା ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe