ଇଂଲଣ୍ଡ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆଗାମୀ ଦିନରେ ବ୍ରିଟେନ୍ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଇରାନର କ୍ଷେପଣାସ୍ତ୍ର ଭଣ୍ଡାରକୁ ଧ୍ଵଂସ କରିବା ପାଇଁ ବ୍ରିଟିଶ ବିମାନ ଘାଟିରେ ଆମେରିକା ତାର ‘ବି-୨’ ଷ୍ଟିଲ୍ଥ ବୋମାବର୍ଷକ ବିମାନକୁ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି। କିଛି ଦିନ ମଧ୍ୟରେ ପରମାଣୁ ଅସ୍ତ୍ର ବହନ କରିବାରେ ସକ୍ଷମ ଏହି ‘ବି-୨’ ଷ୍ଟିଲ୍ଥ ବୋମାବର୍ଷକ ବିମାନଗୁଡ଼ିକ ବ୍ରିଟେନର ଡିଏଗୋ ଗାର୍ସିଆ କିମ୍ଵା ଫେୟାରଫୋର୍ଡ ବିମାନ ଘାଟିରେ ପହଞ୍ଚିବେ। ଇରାନର ଗଭୀର ଭୂତଳ ବଙ୍କର ଓ ଆଭ୍ୟନ୍ତରୀଣ ଅସ୍ତ୍ରଶସ୍ତ୍ର ଭଣ୍ଡାରଗୁଡ଼ିକୁ ଧ୍ଵଂସ କରିବା ଏହି ବିମାନର ପ୍ରଥମିକ ଲକ୍ଷ୍ୟ ରହିବ।

Advertisment

ଆହୁରି ପଢନ୍ତୁ: Youth Detained: ପିଲା ଚୋରି ଅଭିଯୋଗରେ ଯୁବକ ଅଟକ

ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧରେ ବ୍ରିଟେନର ସମ୍ପୃକ୍ତି ଯୁଦ୍ଧ ସ୍ଥିତିକୁ ଆହୁରି ବିଗାଡ଼ିଦେବ। ଏଭଳି ପରିସ୍ଥିତିରେ ଅନ୍ୟ ଦେଶ ବି ଯୁଦ୍ଧରେ ସାମିଲ ହେବାର ସମ୍ଭାବନା ଉପୁଜିବ। ଇରାନ ପୂର୍ବରୁ ଆମେରିକା ଏୟାରବେସ୍ ଥିବା ଦେଶଗୁଡ଼ିକ ଉପରେ ଆକ୍ରମଣ କରିସାରିଛି। ଫଳସ୍ଵରୂପ ବ୍ରିଟେନ ବି ଭୟ କରୁଛି ଯେ ଇରାନ ତା’ ଉପରେ ବି ଆକ୍ରମଣ କରିପାରେ, ଯାହା ସମ୍ପୂର୍ଣ୍ଣ ସମ୍ଭବ। ତେଣୁ ଭବିଷ୍ୟତ କଥା ଚିନ୍ତା କରି ବ୍ରିଟେନ୍ ଏବେ ଆମେରିକାକୁ ସହଯୋଗ କରିବାକୁ ରାଜି ହୋଇଛି। ଯେବେକି ପୂର୍ବରୁ ଆମେରିକାକୁ ସହଯୋଗ କରିବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ।