ସୁନକ ପରାସ୍ତ, ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

Advertisment
ସୁନକ ପରାସ୍ତ, ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

moneycontrol.com

ଲଣ୍ଡନ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା କଞ୍ଜରଭେଟିଭ୍ ଦଳର ନେତୃତ୍ବ‌ ଦୌଡ଼ରେ ବିଜୟୀ ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଥିବା ଲିଜ୍ ଟ୍ରସ୍। ସୋମବାର ଘୋଷିତ ଫଳାଫଳରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ଗତ କିଛି ସପ୍ତାହ ଭିତରେ ଦଳର ସଦସ୍ୟମାନଙ୍କୁ ସେମାନଙ୍କ ପ୍ରିୟ ନେତା ବାଛିବା ପାଇଁ କୁହାଯାଇଥିଲା। ଟ୍ରସ୍‌ଙ୍କ ସପକ୍ଷରେ ୮୧,୩୨୬ ଜଣ ଭୋଟ ଦେଇଥିବା ବେଳେ ସୁନକଙ୍କୁ ପସନ୍ଦ କରିଥିଲେ ୬୦,୩୯୯ ଜଣ। ମୋଟ ପଡ଼ିଥିବା ୮୨.୬ ପ୍ରତିଶତ ଭୋଟ ମଧ୍ୟରୁ ଟ୍ରସ୍ ୫୭ ପ୍ରତିଶତ ଭୋଟ ପାଇଥିବା ବେଳେ ସୁନକ ପାଇଥିଲେ ୪୨ ପ୍ରତିଶତ ଭୋଟ।

ସୋମବାର ଏକ ସାଧାରଣ ସଭାରେ ଟ୍ରସ୍ ତାଙ୍କ ସମର୍ଥକମାନଙ୍କୁ ଧନ୍ୟବାଦ ଦେବା ସହ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ। ଜଣେ କଞ୍ଜରଭେଟିଭ୍ ଭାବେ ସେ ଦେଶ ଶାସନ କରିବେ ଏବଂ ୨୦୧୯ରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରିବା ଲାଗି କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଏଥିସହ ଟିକସ ହ୍ରାସ ଲାଗି ସେ ସାହସିକ ପଦକ୍ଷେପ ନେବେ ଓ ରାଜସ୍ବ ବୃଦ୍ଧି ପାଇଁ ମଧ୍ୟ ଚେଷ୍ଟା କରିବେ ବୋଲି କହିଥିଲେ। ତାଙ୍କ ନେତୃତ୍ବରେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ଦଳ ଜିତିବ ବୋଲି ଟ୍ରସ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ପରାଜୟ ପରେ ଋଷି ସୁନକ ଟ୍ବିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦଳ ନୂଆ ନେତାଙ୍କ ପଛରେ ଏକଜୁଟ ହେବା ଉଚିତ।

ପରମ୍ପରା ଅନୁଯ‌ାୟୀ ପ୍ରଥମେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରାଣୀ ଏଲିଜାବେଥ୍-ଦ୍ବିତୀୟଙ୍କୁ ଭେଟି ଇସ୍ତଫା ଦେବେ। ତା’ପରେ ରାଣୀ ଟ୍ରସ୍‌ଙ୍କୁ ନିଯୁକ୍ତି ଦେବେ। ୯୬ ବର୍ଷୀୟା ରାଣୀ ବର୍ତ୍ତମାନ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲ ବାସଭବନରେ ରହୁଥିବାରୁ ଏବଂ ବୟସାଧିକ୍ୟ ହେତୁ ସେ ଲଣ୍ଡନ ଆସିବା ସମ୍ଭବ ନ ଥିବାରୁ କ୍ଷମତା ହସ୍ତାନ୍ତର ପାଇଁ ଉଭୟ ଜନସନ ଓ ଟ୍ରସ୍‌ଙ୍କୁ ସେଠାକୁ ଯିବାକୁ ପଡ଼ିବ ଏବଂ ଉଭୟେ ମଙ୍ଗଳବାର ସ୍କଟଲାଣ୍ଡ ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମାର୍ଗାରେଟ ଥାଚର ଏବଂ ଥେରେସା ମେଙ୍କ ପରେ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ। ଥାଚର ୧୯୭୯ରୁ ୧୯୯୦ ପର୍ଯ୍ୟନ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରେ ଆସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe