ଭାରତକୁ ବାଦ୍‌ ଦେଲା ବ୍ରିଟେନ୍‌, କୋହଳ ଛାତ୍ର ଭିସା ନିୟମ

Advertisment
ଭାରତକୁ ବାଦ୍‌ ଦେଲା ବ୍ରିଟେନ୍‌, କୋହଳ ଛାତ୍ର ଭିସା ନିୟମ

Quora

ନୂଆଦିଲ୍ଲୀ: ବ୍ରିଟେନ୍‌ ସରକାର ବିଶ୍ୱବିଦ୍ୟାଳୟ ଭିସା ଆବେଦନ ପ୍ରକ୍ରିୟାକୁ କୋହଳ କରିବା ପାଇଁ ନୂତନ ନିୟମ ଲାଗୁ କରିଥିବା ବେଳେ ଏହି ପ୍ରକ୍ରିୟାରୁ ଭାରତକୁ ବାଦ ଦେଇଛନ୍ତି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏଥିରୁ ଅଲଗା ରଖାଯାଇଛି ଏବଂ ସେମାନେ ପୂର୍ବ ଭଳି ଜଟିଳ ପ୍ରକ୍ରିୟା ଦେଇ ଭିସା ପାଇବେ। ବ୍ରିଟେନ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟେନର ଗୃହ ମନ୍ତ୍ରାଳୟ ୨୫ଟି ରାଷ୍ଟ୍ର ପାଇଁ ଛାତ୍ର ଭିସା ବ୍ୟବସ୍ଥାରେ ଅତ୍ୟନ୍ତ କୋହଳ ନିୟମ ଲାଗୁ କରିଛନ୍ତି। ଏହି ତାଲିକାରେ ଚୀନ୍‌, ଆମେରିକା, କାନାଡା ଏବଂ ନ୍ୟୁଜିଲାଣ୍ଡ ଭଳି ରାଷ୍ଟ୍ର ସାମିଲ ଥିବା ବେଳେ ଭାରତକୁ ଏଥିରୁ ବାଦ ଦିଆଯାଇଛି। ଏହି ରାଷ୍ଟ୍ରଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ବ୍ରିଟେନ ବିଶ୍ୱବିଦ୍ୟାଳୟରେ ଦାଖିଲା ନେବା ପାଇଁ ଶିକ୍ଷା, ଅର୍ଥ ଏବଂ ଇଂରାଜୀ ଭାଷାରେ କଠୋର ଯାଞ୍ଚ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଅନ୍ତର୍ଜାତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରିଟେନରେ ଅଧ୍ୟୟନ ବ୍ୟବସ୍ଥାକୁ ସହଜ କରିବା ପାଇଁ ଏହି ବ୍ୟବସ୍ଥା ହୋଇଥିବା ବେଳେ ଭାରତକୁ ଏଥିରୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଥିବା କୁହାଯାଉଛି । ସାଧାରଣ ପାଠ୍ୟକ୍ରମ ପାଇଁ ଆବେଦନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ କଠୋର ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ହେବ। ୟୁକେ କାଉନ୍‌୍‌ସିଲ ଫର୍‌ ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟ୍‌୍‌ସ ଆଫାୟର୍ସ (ୟୁକେସିଆଇଏସ୍‌୍‌ଏ)ର ଅଧ୍ୟକ୍ଷ ଲର୍ଡ କରନ୍‌ ଓ୍ଵିଲମୋରିୟା ସରକାରଙ୍କ ଏହି ପଦକ୍ଷେପକୁ ଭାରତର ଅପମାନ ବୋଲି କହିଛନ୍ତି। ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି ଏହା ଏକ ବେପରୁଆ ଏବଂ ଅସାଧୁ ପଦକ୍ଷେପ ବୋଲି କୁହାଯାଇଛି । ଚୀନ୍‌ ଏବଂ ଅନ୍ୟ ରାଷ୍ଟ୍ରର ଛାତ୍ରଙ୍କଠାରୁ ଭାରତୀୟ ଛାତ୍ରଙ୍କୁ ଅଲଗା ରଖିବାକୁ ହୋଇଥିବା ପ୍ରୟାସ ନିନ୍ଦନୀୟ ବୋଲି ଭାରତୀୟ ଛାତ୍ର ସଂଗଠନ ଏନ୍‌ଆଇଏସ୍‌ଏୟୁ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe