Bridge Michigan
ନୂଆଦିଲ୍ଲୀ : ୟୁରୋପୀୟ ସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରିଟେନର ଔଷଧ ନିୟାମକ ସଂସ୍ଥା ଦ ମେଡିସିନ୍ସ୍ ଆଣ୍ଡ୍ ହେଲ୍ଥକେୟାର ପ୍ରଡକ୍ଟ ରେଗୁଲେଟୋରି ଏଜେନ୍ସି (ଏମ୍ଏଚ୍ଆର୍ଏ) ପିଲାଙ୍କ ଟିକାକରଣକୁ ଅନୁମତି ପ୍ରଦାନ କରିଛି। ବ୍ୟାପକ ସମୀକ୍ଷା ପରେ ଏମ୍ଏଚ୍ଆର୍ଏ କହିଛି ଫାଇଜର/ ବାୟୋଏନଟେକ୍ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ନିରାପଦ। ଛୋଟ ପିଲାଙ୍କ ଉପରେ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ପରେ ଏହାକୁ ଏମ୍ଏଚ୍ଆର୍ଏ ମଞ୍ଜୁରି ଦେଇଛି। ସୁରକ୍ଷା, ଗୁଣବତ୍ତା ଏବଂ ଫଳପ୍ରଦତାର ଆଶାନୁରୂପ ମାନ ଏହି ଟିକା ପୂରଣ କରିପାରିଛି ବୋଲି କୁହାଯାଇଛି। ଆମେରିକା ଏହାର କିଶୋରମାନଙ୍କୁ ଟିକାଦେବା ଆରମ୍ଭ କରିସାରିଛି।
Follow Us