କରୋନାରେ ବ୍ରିଟିଶ ଅଭିନେତ୍ରୀ ହିଲାରି ହିଥ୍‌ଙ୍କ ପରଲୋକ

Advertisment
କରୋନାରେ ବ୍ରିଟିଶ ଅଭିନେତ୍ରୀ ହିଲାରି ହିଥ୍‌ଙ୍କ ପରଲୋକ

TechZimo

ବ୍ରିଟେନ୍: କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନ୍‌ର ଲୋକପ୍ରିୟ ଅଭିନେତ୍ରୀ ହିଲାରି ହିଥ୍(୭୪) ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିା ହିଲାରି ଡ୍ବାୟର ଭାବେ ମଧ୍ୟ ପରିଚିତ ହିଥ୍‌ଙ୍କର ଗତ ସପ୍ତାହରେ ହିଁ ପରଲୋକ ଘଟିଛି ବୋଲି ତାଙ୍କ ଧରମ ପୁଅ ଆଲେକ୍ସ ୱିଲିଅମ୍ସ ଫେସବୁକ୍ ମାଧ୍ୟମରେ ଜଣାଇଛନ୍ତିା ବିଗତ ଷାଠିଏ ଏବଂ ସତୁରି ଦଶକରେ କଳାକାର ଭାବେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ହିଥ୍ ନିଜ କଳାର ଚାତୁରି ଦେଖାଇ ୱଚ୍‌ଫାଇଣ୍ତର ଜେନେରାଲ୍(୧୯୬୮), ଫାଇଲ୍ ଅଫ୍ ଦି ଗୋଲଡେ୍‌ନ ଗୁଜ୍(୧୯୬୯) ଏବଂ ଉଦରିଂ ହାଇଟ୍ସ(୧୯୭୦) ସମେତ କ୍ରାଇ ଅଫ୍ ଦି ବାନ୍ସି(୧୯୭୦) ପରି ହରର୍ ଚଳଚ୍ଚିତ୍ର ଜରିଆରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲୋ ଅଶୀ ଦଶକରେ ସେ ସିନେମା ପ୍ରଯୋଜକ ସାଜି ଦର୍ଶକମାନଙ୍କୁ କ୍ରିମିନାଲ୍ ଲ'(୧୯୮୮) ଏବଂ ଆନ୍ ଆୟଫୁଲ୍ ବିଗ୍ ଆଡଭେନ୍‌ଚର(୧୯୯୫) ପରି ସିନେମା ଭେଟି ଦେଇଥିଲୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe