ଭାରତୀୟ ରୁଟ୍‌ରେ ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ଚଳାଇବ ଅତ୍ୟାଧୁନିକ ଏୟାରବସ୍‌ ଏ୩୫୦, ପ୍ରଥମେ ବେଙ୍ଗାଲୁରକୁ ମିଳିବ ଏହି ସୁବିଧା

Advertisment
ଭାରତୀୟ ରୁଟ୍‌ରେ ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ଚଳାଇବ ଅତ୍ୟାଧୁନିକ ଏୟାରବସ୍‌ ଏ୩୫୦, ପ୍ରଥମେ ବେଙ୍ଗାଲୁରକୁ ମିଳିବ ଏହି ସୁବିଧା

Mirror

ନୂଆଦିଲ୍ଲୀ: ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ଚଳିତ ବର୍ଷ ଠାରୁ ଭାରତୀୟ ରୁଟରେ ତା’ର ଅତ୍ୟାଧୁନିକ ତଥା ଅଧିକ ଆରାମଦାୟକ ଯାତ୍ରୀବାହୀ ବିମାନ ଏୟାରବସ୍‌ ଏ୩୫୦ର ପ୍ରଚଳନ କରିବ ବୋଲି ଆଜି (ବୁଧବାର) ଘୋଷଣା କରିଛି।

ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ଇସ୍ତାହାରରେ କୁହାଯାଇଛି ଯେ ଭାରତର ବେଙ୍ଗାଲୁର ହେବ ପ୍ରଥମ ସହର ଯେଉଁଠାକୁ କମ୍ପାନି ପକ୍ଷରୁ ପ୍ରଥମ ଏୟାରବସ୍‌ ଏ୩୫୦ ଇଂଲଣ୍ଡରୁ ଉଡ଼ାଣ ଭରିବ। ପରେ ପର୍ଯ୍ୟାୟ କ୍ରମେ ଭାରତର ଅନ୍ୟାନ୍ୟ ରୁଟ୍‌ରେ ଏୟାରବସ୍‌ ଏ୩୫୦ ଚଳାଚଳ କରିବ। ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବିଶ୍ୱର ୪ଟି ରୁଟ୍‌୍ରରେ ଏୟାରବସ୍‌ ଏ୩୫୦ ଉଡ଼ାଣ ଭରିବାକୁ ଥିବାବେଳେ ସେଥିମଧ୍ୟରୁ ଗୋଟିଏ ରୁଟ୍‌ ଭାରତର ବେଙ୍ଗଲୁର ରହିଛି।

publive-image Mirror

କମ୍ପାନି ପକ୍ଷରୁ କୁହାଯାଇଛି ଯେ ୬.୫ ବିଲିୟନ ପାଉଣ୍ଡ ବିନିମୟରେ ଏହି ସମସ୍ତ ଏୟାରବସ୍‌ ଏ୩୫୦ କିଣାଯାଇଛି। ଏଥିରେ ଯାତ୍ରୀମାନଙ୍କ ପାଇଁ ‘କ୍ଲବ୍‌ ସୁଟ୍‌’ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ପ୍ରକାରର ଆରାମ ଦାୟକ ସୁବିଧା ସୁଯୋଗ ସବୁ ଯାତ୍ରୀମାନଙ୍କ ପାଇଁ ମହଜୁଦ୍‌ ରହିଛି। ଏହି ବିମାନରେ ଯାତ୍ରା ଯାତ୍ରୀମାନଙ୍କୁ ଏକ ଭିନ୍ନ ସ୍ୱାଦର ବିମାନ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ବୋଲି କମ୍ପାନି ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe