Image Courtesy of India Today
ଲଣ୍ଡନ୍: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର ହେବାର କିଛି ସମୟ ପରେ ଇମ୍ରାନ୍ ଖାଁଙ୍କୁ ସମର୍ଥନ କରି ବ୍ରିଟିସ୍ ବ୍ୟବସାୟୀ ତଥା ପରିବେଶବିତ୍ ବେନ୍ ଗୋଲଡ୍ସ୍ମିଥ୍ ଟୁଇଟ୍ କରି ଲେଖିଛନ୍ତି, ସେ ଜଣେ ଉତ୍ତମ ଓ ଅସାଧାରଣ ରେକର୍ଡଧାରୀ ମଣିଷ। ବେନ୍ ହେଉଛନ୍ତି ୧୯୯୫ରେ ଇମ୍ରାନ୍ଙ୍କୁ ବିବାହ କରି ୨୦୦୪ରେ ଛାଡ଼ପତ୍ର ଦେଇଥିବା ଜେମିମା ଗୋଲ୍ଡ୍ସ୍ମିଥ୍ଙ୍କ ଭାଇ।
ଆଜି ଟୁଇଟ୍ କରି ବେନ୍ ଗୋଲ୍ଡ୍ସ୍ମିଥ୍ ଟୁଇଟ୍ କରି ଲେଖିଛନ୍ତି, ମୋ ଭିଣୋଇ ଇମ୍ରାନ୍ ଖାଁ ଜଣେ ଉତ୍ତମ ଓ ସମ୍ମାନଜନକ ବ୍ୟକ୍ତି ଯିଏ ନିଜ ଦେଶର ମଙ୍ଗଳ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତିଦ୍ବାରା ପ୍ରେରିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ରେକର୍ଡ ଅସାଧାରଣ। ତାଙ୍କ ନେତୃତ୍ବରେ ପାକିସ୍ତାନ ଏବେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ହୋଇପାରିଛି।
 Image Courtesy of Farmers Guardianକିନ୍ତୁ, ଇମ୍ରାନ୍ ଖାଁଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡ୍ସ୍ମିଥ୍ କିନ୍ତୁ, ସର୍ବସାଧାରଣରେ ଏ ଧରଣର କୌଣସି ବିବୃତି ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ବେନ୍ ଗୋଲ୍ଡ୍ସ୍ମିଥ୍ ହେଉଛନ୍ତି ଲଣ୍ଡନ୍ସ୍ଥିତ ବିନିଯୋଗକାରୀ କମ୍ପାନି ‘ମେନ୍ହାଡେନ୍’ର ପ୍ରତିଷ୍ଠାତା ଓ ‘ସିଇଓ’। ଏହି କମ୍ପାନି ଶକ୍ତି ଓ ସମ୍ବଳ ପାରଦର୍ଶିତା ଉପରେ ଗୁରୁତ୍ବ ଦେଇଥାଏ।
ବିତ୍ତଶାଳୀ ଗୋଲଡ୍ସ୍ମିଥ୍ ପରିବାରରେ ଜନ୍ମିତ ବେନ୍ ଓ ଜେମିମା ହେଉଛନ୍ତି ବ୍ୟବସାୟୀ ଜେମ୍ସ୍ ଗୋଲ୍ଡ୍ସ୍ମିଥ୍ ଏବଂ ଲେଡି ଆନ୍ନାବେଲ୍ ଗୋଲ୍ଡ୍ସ୍ମିଥ୍ଙ୍କ ସନ୍ତାନସନ୍ତତି।
  
 Follow Us