ପିଲାଙ୍କୁ ୩୫ କୁକୁରଙ୍କ ସହ ଅଯତ୍ନଭାବେ ରଖିଥିବାରୁ ବ୍ରିଟିସ ଦମ୍ପତିଙ୍କୁ ୬ ବର୍ଷ ଜେଲ

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଲଣ୍ଡନ : ଗୋଟିଏ ତିନିବଖରିଆ ଘରେ ୪ରୁ ୧୭ ବର୍ଷ ବୟସର ୭ ପିଲାଙ୍କ ସହ ୩୫ଟି କୁକୁରଙ୍କୁ ରଖିବା ଏବଂ ସେମାନଙ୍କ ଯତ୍ନ ନେଉ ନ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ବ୍ରିଟେନର ଇଷ୍ଟ ସସେକ୍ସ ଅଞ୍ଚଳର ଲୁଇସ କ୍ରାଉନ କୋର୍ଟ ଏକ ଦମ୍ପତିଙ୍କୁ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଖ୍ରୀଷ୍ଟଫର ବେନେଟ (୩୫) ଓ ଗେମା ବ୍ରୋଗାନ (୪୧) ପିଲାଙ୍କ ଯତ୍ନ ନେବା ପାଇଁ ମାସିକ ୭୦୦୦ ୟୁରୋ (ପ୍ରାୟ ୫୭,୦୦୦ ଟଙ୍କା) ପାଉଥିଲେ ମଧ୍ୟ ତାହା ସେମାନଙ୍କ ପିଛା ଖର୍ଚ୍ଚ କରୁ ନ ଥିଲେ। ଏଥିସହ ଘରେ ୩୫ଟି କୁକୁର ରଖିଥିଲେ ମଧ୍ୟ ସେମାନଙ୍କର ବି ଯତ୍ନ ନେଉ ନ ଥିଲେ। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସମ୍ପର୍କ ବି ଭଲ ନ ଥିଲା। ପୁଲିସ ଖବର ପାଇ ପହଞ୍ଚି ଦେଖିଲା ବେଳକୁ ଘରଟି ଅତ୍ୟନ୍ତ ଅପରିଚ୍ଛନ୍ନ। ଗୋଟିଏ କୁକୁର ମରିପଡ଼ିଛି। ଘର କୁକୁର ମଳ ଓ ଆବର୍ଜନାରେ ପରିପୂର୍ଣ୍ଣ। ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି। ଅନ୍ୟ କୁକୁରଗୁଡ଼ାକ ଡିଆଁଡେଇଁ କରିବା ସହ ପିଲାଙ୍କ ଉପରେ ବି ପଡ଼ୁଥିଲେ। ପିଲାମାନେ ଅପପୁଷ୍ଟିରେ ପୀଡ଼ିତ। କୁକର ଓ ପିଲାମାନଙ୍କର ହାଡ଼କଙ୍କଳା ଦେଖାଯାଉଛି। ଛୋଟ ପିଲା ଟେବୁଲ ଉପରେ ବି ବସିପାରୁ ନାହାନ୍ତି। କେତେକ ପିଲା ପଢ଼ାଲେଖା ଜାଣିନାହାନ୍ତି କି ନିଜକୁ କିପରି ସଫା ରଖିବା ଶିଖିନାହାନ୍ତି। ଦମ୍ପତି ପିଲାଙ୍କ ଯତ୍ନ ନେବାରେ ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି। ତେଣୁ ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟରେ ହାଜର କରାଇଥିଲେ। କୋର୍ଟ ସେମାନଙ୍କୁ ୬ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି। ଏହି ଦମ୍ପତିଙ୍କୁ ପୂର୍ବରୁ ଜୀବେ ନିଷ୍ଠୁରତା ଅଭିଯୋଗରେ ଦଣ୍ଡିତ ବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe