ବ୍ରିଟିସ କୋର୍ଟଙ୍କ ରାୟ: ସଞ୍ଜୟ ଭଣ୍ଡାରୀ ଭାରତ ପ୍ରତ୍ୟର୍ପଣ ହେବେ

Advertisment
ବ୍ରିଟିସ କୋର୍ଟଙ୍କ ରାୟ: ସଞ୍ଜୟ ଭଣ୍ଡାରୀ ଭାରତ ପ୍ରତ୍ୟର୍ପଣ ହେବେ

YouTube

ନୂଆଦିଲ୍ଲୀ : ଟିକସ ଫାଙ୍କି ଓ ଲାଞ୍ଚ ଅଭିଯୁକ୍ତ ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କୁ ଇଂଲଣ୍ଡ ଭାରତ ପ୍ରତ୍ୟର୍ପଣ କରିବ। ଲଣ୍ଡନର ୱେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆଦେଶ ଦେବା ସହ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସଞ୍ଜୟ ଭଣ୍ଡାରୀ ଜୁଲାଇ ୧, ୨୦୧୫ରୁ ଫେବ୍ରୁଆରି ୭, ୨୦୧୭ ଭିତରେ ଦୁଇଟି ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ସେ ଭାରତର ନାଗରିକ ହୋଇଥିଲେ ମଧ୍ୟ ସେତେବେଳେ ଜାଣିଶୁଣି ନିଜର ବିଦେଶୀ ସମ୍ପତ୍ତି ଓ ବିଦେଶୀ ଆୟକୁ ଲୁଚାଇ ଟିକସ ଫାଙ୍କିଥିଲେ। ତାଙ୍କୁ ସମସ୍ତ ଅଘୋଷିତ ସମ୍ପତ୍ତି ଓ ଆୟ ଘୋଷଣା କରିବା ପାଇଁ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ତାହା କରି ନ ଥିଲେ। ତାଙ୍କ ବିରୋଧରେ ମନିଲଣ୍ଡରିଂ (ଟଙ୍କା ହେରଫେର)ର ଅଭିଯୋଗ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe