Image Courtesy of Bharat Times English News
ଲଣ୍ଡନ: ବ୍ରିଟେନର ଏକ ମହିଳା ସମଲିଙ୍ଗୀ ଦମ୍ପତି ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ୩୦ ବର୍ଷୀୟା ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟା ଆଜାହାରା ଅକ୍ଟୋବରରେ ଶିଶୁପୁତ୍ର ଡେରେକ ଏଲୟକୁ ସ୍ୱାଗତ କରିଥିଲେ। ରିପୋର୍ଟ ଅନୁଯାୟୀ ଡେରେକକୁ ସୃଷ୍ଟି କରିଥିବା ଡମ୍ବ ଏଷ୍ଟେଫାନିଆଙ୍କ ଗର୍ଭରେ ଫର୍ଟିଲାଇଜ୍ ହୋଇଥିବା ବେଳେ ଆଜାହାରା ତାକୁ ୯ ମାସ ଧରି ଗର୍ଭରେ ଧାରଣ କରିଥିଲେ। ମାର୍ଚ୍ଚ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗର୍ଭଧାରଣ ପାଇଁ ଏଷ୍ଟେଫାନିଆ ଓ ଆଜାହାରା ଇନ୍ଭୋସେଲ ନାମକ ଏକ ଅଭିନବ ପ୍ରଜନନ ଚିକିତ୍ସା ବ୍ୟବସ୍ଥାର ସାହାଯ୍ୟ ନେଇଥିଲେ। ଏହି ବ୍ୟବସ୍ଥା ଅନୁସାରେ ଉଭୟ ଡିମ୍ବ ଓ ଶୁକ୍ରାଣୁ ଥିବା ଏକ ଛୋଟ କ୍ୟାପସୁଲ ଏଷ୍ଟେଫାନିଆଙ୍କ ଯୌନାଙ୍ଗ ଭିତରେ ରଖାଯାଇଥିଲା। ଏହି ଫର୍ଟିଲାଇଜେସନ୍ ପ୍ରକ୍ରିୟା ପ୍ରାକୃତିକ ଗର୍ଭଧାରଣ ସହିତ ସମାନ। ଉକ୍ତ କ୍ୟାପସୁଲକୁ ଯୌନଙ୍ଗ ଭିତରେ ପାଞ୍ଚ ଦିନ ପାଇଁ ଛାଡ଼ି ଦିଆଯାଇଥିଲା। ଉପକରଣକୁ ହଟାଇବା ପରେ ଭ୍ରୂଣକୁ ପରୀକ୍ଷା କରାଯାଇ ଅଧିକ ବିକାଶ ପାଇଁ ଅଜାହାରାଙ୍କ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଇଥିଲା।
ଏହାପରେ ଆଜାହରା ଡେରେକକୁ ନଅ ମାସ ଗର୍ଭରେ ଧରି ଅକ୍ଟୋବର ୩୦ ତାରିଖରେ ମେଜରକାର ପାଲମାଠାରେ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ ପୁଅକୁ ଜନ୍ମ ଦେଇଥିଲେ। ଔଷଧ ସମେତ ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ମହିଳା ସମଲିଙ୍ଗୀ (ଲେସବିୟାନ) ଦମ୍ପତିଙ୍କୁ ୫,୪୮୯ ଆମେରିକୀୟ ଡଲାର ଦେବାକୁ ପଡ଼ିଥିଲା। ଡେରେକ୍ ହେଉଛି ଇନଭୋସେଲ୍ ମାଧ୍ୟମରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ୟୁରୋପୀୟ ଶିଶୁ।
Follow Us