ମସ୍କୋକୁ ବଦନାମ ପାଇଁ ବ୍ରିଟେନ୍‌ ଗୁପ୍ତଚର ସଂସ୍ଥାର ପ୍ରଚାର ଅଭିଯାନ

Advertisment
ମସ୍କୋକୁ ବଦନାମ ପାଇଁ ବ୍ରିଟେନ୍‌ ଗୁପ୍ତଚର ସଂସ୍ଥାର ପ୍ରଚାର ଅଭିଯାନ

ମସ୍କୋ : ରୁଷିଆ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ଶତ୍ରୁତା ବଢ଼ିବା ଭିତରେ ଆରମ୍ଭ ହୋଇଛି ଇଂଲଣ୍ଡର ଏକ ସ୍ବତନ୍ତ୍ର ପ୍ରଚାର ଓ ଗୁଇନ୍ଦା ଶାଖା। ୟୁକ୍ରେନ୍ ସଂକଟ ଭିତରେ ଇଂଲଣ୍ଡ ରୁଷିଆ ବିରୋଧରେ ଏକ ବଡ଼ ଧରଣର ପ୍ରଚାର ଯୁଦ୍ଧ ଆରମ୍ଭ କରିଦେଇଛି। ରୁଷିଆକୁ ବଦନାମ କରିବା ଓ ତାକୁ ନିଷ୍ଠୁର ଖଳନାୟକ ଭାବେ ଉପସ୍ଥାପନ କରିବା ଏହାର ଉଦ୍ଦେଶ୍ୟ।

ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ବ୍ରିଟେନ୍‌ର ‘ଏଚ୍‌ଏମ୍‌ଜି ରୁଷିଆ ୟୁନିଟ୍’ ହେଉଛି ଏକ ଅନ୍ତର୍ବିଭାଗୀୟ ସରକାରୀ ସଂସ୍ଥା, ଯାହା ଅନେକ ବର୍ଷ ତଳୁ ତିଆରି ହୋଇଛି। ଅନ୍ତର୍ଜାତୀୟ ପରାମର୍ଶ ସଂସ୍ଥାଗୁଡ଼ିକ ସହଯୋଗରେ ମସ୍କୋ ବିରୋଧରେ ଜନମତକୁ ପ୍ରଭାବିତ କରିବା ପାଇଁ ଏହା ନିରନ୍ତର ପ୍ରୟାସ କରିଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅପରେସନ ବାହାରକୁ ଦେଖାଯାଉ ନାହିଁ। କିନ୍ତୁ ଭିତରେ ଭିତରେ ତାହା ତା’ର କାମ କରିଚାଲିଛି। ତେବେ ଗତମାସର ପ୍ରକାଶନଗୁଡ଼ିକରେ ଏହାର କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୂଚନା ଅନେକ ରୁଷୀୟ ଟେଲିଗ୍ରାମ୍ ଚାନେଲରେ ପ୍ରକାଶ ପାଇଥିଲା। ଅଭିଯୋଗ ହେଉଛି ଯେ, ଏହି ପୋଷ୍ଟଗୁଡ଼ିକରେ ଯେଉଁ ଇମେଲ ଆଡ୍ରେସ୍ ଅଛି ସେଗୁଡ଼ିକ ଏଚ୍‌ଏମ୍‌ଜି ରୁଷିଆ ଶାଖା କର୍ମଚାରୀମାନଙ୍କର, ଯେଉଁମାନେ କି ଇଂଲଣ୍ଡର କ୍ୟାବିନେଟ୍ ଅଫିସ୍, ବିଦେଶ ଓ ରାଜ୍ୟଗୋଷ୍ଠୀ କାର୍ଯ୍ୟାଳୟ, ସାମରିକ ଗୋଇନ୍ଦା, ଏମ୍‌୧୫ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ତଥା ଆମେରିକୀୟ କ୍ୟୁରେଟରମାନଙ୍କ ସହ ଜଡ଼ିତ। ଯୋଜନାବଦ୍ଧ ଢଙ୍ଗରେ ଏମାନେ ରୁଷିଆ ବିରୋଧରେ ପ୍ରଚାର ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe