ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରିବା ଘଟଣାକୁ ଖଣ୍ଡନ କଲେ ସରକାର

ବ୍ରିଟିଶ ଗଣମାଧ୍ୟମ ଦୁଇଟି ପରିବାରକୁ ଉଦ୍ଧୃତ କରି ଦାବି କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି କି, ଦୁର୍ଘଟଣାରେ ମୃତ ବ୍ରିଟିଶ ନାଗରିକଙ୍କ ମୃତଦେହ ହସ୍ତାନ୍ତର କରିବାରେ ଏକ ବଡ଼ ତ୍ରୁଟି ହୋଇଛି।। ଭୁଲ ମୃତଦେହ ହସ୍ତାନ୍ତର ହେତୁ ସମ୍ପର୍କୀୟଙ୍କୁ ତାଙ୍କ ମୃତକଙ୍କ ଅନ୍ତିମ ସଂସ୍କାରକୁ ବାତିଲ କରିବାକୁ ପଡିଛି।

New Project (15)

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରାଯାଇଥିବା ନେଇ ବ୍ରିଟିଶ ଗଣମାଧ୍ୟମ ଦାବି କରିଥିଲା।

ବ୍ରିଟିଶ ଗଣମାଧ୍ୟମର ଏହି ଦାବିକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରି କହିଛି, ‘ଯେ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତଦେହଗୁଡ଼ିକର ଡିଏନଏ ଯାଞ୍ଚ ପରେ ସେଗୁୂଡ଼ିକୁ କଡ଼ା ନିୟମରେ ରଖାଯାଇଥିଲା। ଉକ୍ତ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସମୟରେ ମର୍ଯ୍ୟାଦାର ଯତ୍ନ ନିଆଯିବା ସହିତ ଯେପରି କୌଣସି ତ୍ରୁଟି ନରୁହେ ସେଥିପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା।  

ଜୁନ୍ ୧୨ ତାରିଖରେ ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଘଟଣାରେ ୫୩ ଜଣ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଥିଲା। 

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି,‘ ଦୁର୍ଘଟଣା ପରେ ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁଯାୟୀ ମୃତକମାନଙ୍କୁ ଚିହ୍ନଟ କରିଥିଲେ। ଏହି ପ୍ରସଙ୍ଗ ସହିତ ଜଡିତ ଯେକୌଣସି ସମସ୍ୟାର  ସମାଧାନ ପାଇଁ ଆମେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ଭାବରେ କାମ କରୁଛୁ।’

ବ୍ରିଟିଶ ଗଣମାଧ୍ୟମ ଦୁଇଟି ପରିବାରକୁ ଉଦ୍ଧୃତ କରି ଦାବି କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି କି, ଦୁର୍ଘଟଣାରେ ମୃତ ବ୍ରିଟିଶ ନାଗରିକଙ୍କ ମୃତଦେହ ହସ୍ତାନ୍ତର କରିବାରେ ଏକ ବଡ଼ ତ୍ରୁଟି ହୋଇଛି।। ଭୁଲ ମୃତଦେହ ହସ୍ତାନ୍ତର ହେତୁ ସମ୍ପର୍କୀୟଙ୍କୁ ତାଙ୍କ ମୃତକଙ୍କ ଅନ୍ତିମ ସଂସ୍କାରକୁ ବାତିଲ କରିବାକୁ ପଡିଛି। କାରଣ ସେମାନେ ଅଭିଯୋଗ କରି କହିଛନ୍ତି, ‘ କଫିନରେ ତାଙ୍କ ପରିବାର ସଦସ୍ୟଙ୍କ ବଦଳରେ ଜଣେ ଅଜ୍ଞାତ ଯାତ୍ରୀଙ୍କ ମୃତଦେହ ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe