ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶୀ ଅତିଥିଙ୍କ ଆଗମନ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ସେ ପ୍ରଥମ କରି ଭାରତ ଆସିଥିବାରୁ ସୁନକଙ୍କୁ 'ଜୟ ସିଆରାମ' ସହିତ ସ୍ୱାଗତ କରାଯାଇଥିଲା ବୋଲି ଜଣାପଡ଼ିଛି। ତାଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ବିମାନବନ୍ଦରରେ ପହଞ୍ଚିଥିଲେ।
aajtakସ୍ବାଗତ କରିବା ସହ କେନ୍ଦ୍ରମନ୍ତ୍ରୀ ଚୌବେ ତାଙ୍କୁ ୨ଟି ସ୍ବତନ୍ତ୍ର ଉପହାର ଦେଇଥିବା ଜଣାଯାଇଛି। କୁହାଯାଉଛି ଯେ, ପାଲମ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଚୌବେ, ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ରୁଦ୍ରାକ୍ଷ ଓ ହନୁମାନ ଚାଳିଶା ଦେଇଛନ୍ତି। ତେବେ ସୁନକ ତାଙ୍କର ତିନି ଦିନିଆ ଭାରତ ଗସ୍ତରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ସୂଚନା ମିଳିଛି।
ଜି୨୦ ସ୍ୱତନ୍ତ୍ର ସଚିବ (ଅପରେସନ୍ସ) ମୁକ୍ତେଶ ପରଦେଶୀ କହିଛନ୍ତି, ଆୟୋଜକ ରାଷ୍ଟ୍ର ଭାବରେ ଭାରତ ଦ୍ୱିପାକ୍ଷିକ ବୈଠକ ପାଇଁ ଅନେକ ଅନୁରୋଧ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶିଖର ସମ୍ମିଳନୀ ପାଇଁ ନିରୂପିତ ସ୍ଥାନ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍ରେ ବିଶ୍ୱ ନେତାମାନଙ୍କୁ ଜଣଜଣ କରି ସ୍ବାଗତ କରିବେ। ଭରତ ମଣ୍ଡପମ୍ଠାରେ ଏକ ଡିଜିଟାଲ୍ ଅଭିଜ୍ଞତା ଜୋନ୍ ସୃଷ୍ଟି କରାଯାଉଛି, ଯାହାଦ୍ୱାରା ବିଦେଶୀ ନେତା, ପ୍ରତିନିଧି, ମନ୍ତ୍ରୀ ଓ ମିଡ଼ିଆ କର୍ମଚାରୀମାନେ ଡିଜିଟାଲ୍ କ୍ଷେତ୍ରରେ ଭାରତ କେତେ ଅଗ୍ରଗତି କରିଛି ତାହା ବୁଝିପାରିବେ ବୋଲି ପରଦେଶୀ କହିଛନ୍ତି।
Follow Us