ରଜନୀଶଙ୍କ ଆଶ୍ରମରେ ୫୦ରୁ ଅଧିକ ଥର ଦୁଷ୍କର୍ମର ଶିକାର ହୋଇଥିଲେ ବ୍ରିଟିଶ ମହିଳା

ବ୍ରିଟେନର ଜଣେ ୫୪ ବର୍ଷୀୟା ମହିଳା ପ୍ରେମ ସରଗମ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ସେ କହିଛନ୍ତି ରଜନୀଶଙ୍କ ଆଶ୍ରମରେ ଆଧ୍ୟାତ୍ମିକ ଉନ୍ନତି ନାଁରେ ଚାଲିଥିଲା ଯୌନ କେଳେଙ୍କାରୀ।

ଅଦ୍ୟତନ ହୋଇଛି
osho1

ଲଣ୍ଡନ : ବିବାଦୀୟ ଭାରତୀୟ ଧର୍ମଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ମୃତ୍ୟୁର ୩୪ ବର୍ଷ ପରେ ବି ବିବାଦ ତାଙ୍କ ପିଛା ଛାଡ଼ୁନାହିଁ । ବ୍ରିଟେନର ଜଣେ ୫୪ ବର୍ଷୀୟା ମହିଳା ପ୍ରେମ ସରଗମ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ସେ କହିଛନ୍ତି ରଜନୀଶଙ୍କ ଆଶ୍ରମରେ ଆଧ୍ୟାତ୍ମିକ ଉନ୍ନତି ନାଁରେ ଚାଲିଥିଲା ଯୌନ କେଳେଙ୍କାରୀ। ସେ ଆଶ୍ରମର କୁଖ୍ୟାତ ସେକ୍ସ କଲ୍ଟରେ ବଡ଼ ହେବାର ଦୁଃଖଦ ଅନୁଭୂତି ସେୟାର କରିଛନ୍ତି। ଏକ ସାକ୍ଷାତକାରରେ ସରଗମ ୬ ବର୍ଷ ବୟସରୁ ତିନି ଜଣ ସାଧୁଙ୍କ ଦ୍ୱାରା ହେଉଥିବା ଯୌନ ନିର୍ଯାତନା ବିଷୟରେ ବିସ୍ତୃତ ଭାବରେ କହିଥିଲେ ।

ପ୍ରେମ ସରଗମଙ୍କ ବାପା ବ୍ରିଟେନରେ ଥିବା ତାଙ୍କ ଘର ଛାଡ଼ି ପୁଣେସ୍ଥିତ ରଜନୀଶ ଓଶୋଙ୍କ ଆଶ୍ରମକୁ ଚାଲି ଆସିଥିଲେ। ପ୍ରେମ ସରଗମ ଏବଂ ତାଙ୍କ ମା'ଙ୍କୁ ପଛରେ ଛାଡ଼ି ସେ ଜଣେ ସାଧୁ ହେବାକୁ ସ୍ଥିର କଲେ। ପରେ ପ୍ରେମ ସରଗମ୍ ମଧ୍ୟ ଏହି ସଂପ୍ରଦାୟରେ ସାମିଲ ହୋଇଥିଲେ। ସେ ଦାବି କରିଛନ୍ତି ଯେ ୬ ବର୍ଷ ବୟସରୁ ଆଶ୍ରମରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ୬ ବର୍ଷ ପରେ ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ୧୬ ବର୍ଷ ବୟସରେ ତାଙ୍କ ସହ ଯାହା ଘଟୁଛି ତାହା ସେ ବୁଝିପାରିଥିଲେ । ଆଶ୍ରମରେ ତାଙ୍କ ସହ ୫୦ରୁ ଅଧିକ ଥର ଦୁଷ୍କର୍ମ ହୋଇଥିବା ସେ କହିଛନ୍ତି । ପ୍ରେମ ସରଗମଙ୍କ ଜୀବନୀ ଉପରେ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି, ଯାହା ପରେ ଓଶୋ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe