ଆବଶ୍ୟକ ପଡ଼ିଲେ ଆମେ ଦେଶ ପାଇଁ ଜୀବନ ଦେଇଦେବୁ: ମହମ୍ମଦ ଶାମିଙ୍କ ଭାଇ

ରୋଜାର ମାସ ଚାଲିଥିବା ବେଳେ ଖେଳ ସମୟରେ ଏନର୍ଜି ଡ୍ରିଙ୍କ୍ ପିଇବା ଘଟଣାକୁ ନେଇ ମହମ୍ମଦ ଶାମିଙ୍କୁ କରାଯାଉଥିବା ସମାଲୋଚନକୁ ସହ୍ୟ କରି ପାରି ନାହାନ୍ତି କ୍ରିକେଟରଙ୍କ ଭାଇ । 

ି୍ତିୀ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ମୁକାବିଲା ହୋଇଥିଲା। ଏହି ସମୟରେ ଖେଳାଳି ମହମ୍ମଦ ଶାମି ଏନର୍ଜି ଡ୍ରିଙ୍କ୍ ପିଉଥିବାର ଦେଖିବାକୁ ମିଳିଥିଲା। 

ଏହି ଘଟଣା ପରେ ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ଶାମିଙ୍କୁ ଅପରାଧୀ ବୋଲି କହିଥିଲେ, ‘ଶାମି ଜଣେ ମୁସଲମାନ। ସେ ରୋଜା ରଖିବା ବାଧ୍ୟତାମୂଳକ। ଖେଳ ମଝିରେ ଏପରି ଏନର୍ଜି ଡ୍ରିଙ୍କ୍ ପିଇବା ଆଦୌ ଗ୍ରହଣୀୟ ନୁ‌ହେଁ। ତା’ମାନେ ସେ ରୋଜାର ଅପମାନ କରିଛନ୍ତି।’

ଖେଳ ସମୟରେ ଏନର୍ଜି ଡ୍ରିଙ୍କ୍ ପିଇବା ଘଟଣାକୁ ନେଇ ମହମ୍ମଦ ଶାମିଙ୍କୁ କରାଯାଉଥିବା ସମାଲୋଚନକୁ ସହ୍ୟ କରି ପାରି ନାହାନ୍ତି କ୍ରିକେଟରଙ୍କ ଭାଇ । 

ଶାମିଙ୍କ ଭାଇ ମହମ୍ମଦ ଜୈଦ ଏହି ଘଟଣାରେ ମୁହଁ ଖୋଲି କହିଛନ୍ତି, ‘ଶାମି ଏବେ ଦୁବାଇରେ ଅଛି। ରୋଜାର ସମୟ ଚାଲିଛି। ତେବେ ଦୀର୍ଘ ଯାତ୍ରାର ପରିସ୍ଥିତି ଥି‌ଲେ ରୋଜାକୁ ଛଡ଼ା ଯାଇପାରେ। ଏହା କିଛି ବଡ଼ ସମସ୍ୟା ନୁହେଁ କି ଅପରାଧ ନୁହେଁ। ଶାମି ଦେଶ ପାଇଁ ଖେଳୁଛନ୍ତି। ସମୟ ଆସିଲେ ଆମେ ଦେଶ ପାଇଁ ନିଜ ଜୀବନ ଦେଇ ଦେବା ଭଳି ମଣିଷ ଅଟୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe