କଂଗ୍ରେସକୁ ନୂଆ ଜୀବନ ଦେଲେ ଭାଇ-ଭଉଣୀ ଯୋଡ଼ି

Advertisment
କଂଗ୍ରେସକୁ ନୂଆ ଜୀବନ ଦେଲେ ଭାଇ-ଭଉଣୀ ଯୋଡ଼ି

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସକୁ ନୂଆ ଜୀବନ ଦେଇଛନ୍ତି। ଉଭୟଙ୍କ ସୁଚିନ୍ତିତ ରଣନୀତି ଏବଂ ମାରାଥନ ପ୍ରଚାର ପାଇଁ କଂଗ୍ରେସ ଚଳିତ ନିର୍ବାଚନରେ ଚମକପ୍ରଦ ପ୍ରଦର୍ଶନ କରିଛି। କଂଗ୍ରେସ ଚଳିତ ନିର୍ବାଚନରେ ୯୯ ଆସନରେ ଜିତିଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା , ନ୍ୟାୟ ଯାତ୍ରା ଓ ପ୍ରିୟଙ୍କା ନିର୍ବାଚନ ନଲଢ଼ି ଦଳ ପାଇଁ ପ୍ରଚାର ମଙ୍ଗ ଧରିବା ଦ୍ବାରା ଏହା ଦଳ ପାଇଁ ବେଶ୍‌ ଲାଭଦାୟକ ହୋଇଛି। ନିର୍ବାଚନ ପ୍ରଚାର ସମୟରେ ଥରେ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଥିଲେ ଯେ ଯଦି କଂଗ୍ରେସ ନିର୍ବାଚିତ ହୁଏ ‌ତେବେ ଏହା ମୁସଲମାନଙ୍କ ମଧ୍ୟରେ ଦେଶର ସମ୍ପତ୍ତିକୁ ପୁର୍ନବଣ୍ଟନ କରିଦେବ। ଦଳ ତୁମ ମଙ୍ଗଳସୁତ୍ରକୁ ବି ଛା‌ଡ଼ିବନି ବୋଲି ମୋଦୀ କହିଥ‌ିଲେ। ଏହାର କଡ଼ା ଜବାବ ଦେଇ ପ୍ରିୟଙ୍କା ଗାନ୍ଧୀ କହିଥିଲେ ମା’ ସୋନିଆ ଗାନ୍ଧୀ ଦେଶ ପାଇଁ ତାଙ୍କ ମଙ୍ଗଳସୂତ୍ରକୁ ତ୍ୟାଗ କରିଦେଲେ। ପ୍ରିୟଙ୍କା କହିଥିଲେ, ଯୁଦ୍ଧ ସମୟରେ ମୋ ଜେଜେ ମା’ (ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ) ଦେଶକୁ ତାଙ୍କ ସୁନା ଦେଇଥିଲେ ଏବଂ ମୋ ମା’ ଦେଶ ପାଇଁ ତାଙ୍କ ମଙ୍ଗଳସୁତ୍ର ତ୍ୟାଗ କରିଦେଇଛନ୍ତି। ପ୍ରିୟଙ୍କା ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ଇଙ୍ଗିତ କରି ଏହି ଟିପ୍ପଣୀ ଦେଇଥିଲେ।

ରାହୁଲ ଗାନ୍ଧୀ ତାଙ୍କ ପ୍ରଚାର ଉପରେ ଫୋକସ୍‌ କରିଥିବା ବେଳେ ପ୍ରିୟଙ୍କା ଗା‌ନ୍ଧୀ ଦୃଷ୍ଟି ଆଢ଼ୁଆଳରେ ରହି ନିରବରେ କାମ କରୁଥିଲେ। ପ୍ରିୟଙ୍କା ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ନେଇ ବିଜେପିକୁ ଘେରିଥିଲେ। ରାହୁଲ କନ୍ୟାକୁମାରୀରୁ କାଶ୍ମୀର ଏବଂ ମଣିପୁରରୁ ମୁମ୍ବାଇ ୨ଟି ପଦଯାତ୍ରା କରିଥିଲେ। ସେ ତୃଣମୂଳ ସ୍ତରରେ ଚାଷୀ, ଟ୍ରକ୍‌ ଡ୍ରାଇଭର, ଛାତ୍ରଛାତ୍ରୀ, କୁଲି ଏବଂ ମେକାନିଙ୍କ ସହ କଥା ହୋଇଥିଲେ। ପ୍ରିୟଙ୍କା ଚଳିତ ଥର ଆମେଥି ଏବଂ ରାଏବରେଲିରେ ଜୋରଦାର ପ୍ରଚାର କରିଥିଲେ। ପ୍ରିୟଙ୍କା ୧୦୮ ସାଧାରଣ ସଭା ଏବଂ ବୈଠକ କରିଥିଲେ। ପ୍ରିୟଙ୍କା ହିମାଚଳପ୍ରଦେଶର ସୋଲନରେ ଏକ ବିଶାଳ ରୋଡସୋ କରି ନିର୍ବାଚନ ପ୍ରଚାର ଶେଷ କରିଥିଲେ। ୫୫ ଦିନର ନିର୍ବାଚନ ପ୍ରଚାର ମଧ୍ୟରେ ପ୍ରିୟଙ୍କା ମଧ୍ୟ ଆମେଥି ଏବଂ ରାଏବରେଲିରେ ୨ ଥର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe