ଅମିତ ଶାହଙ୍କୁ ବିଆର୍‌ଏସ୍‌ର କଟାକ୍ଷ: ‘ୱାସିଂ ପାଉଡର ନିର୍ମା’ ହୋର୍ଡିଂ ମାରିଲା

Advertisment
ଅମିତ ଶାହଙ୍କୁ ବିଆର୍‌ଏସ୍‌ର କଟାକ୍ଷ: ‘ୱାସିଂ ପାଉଡର ନିର୍ମା’ ହୋର୍ଡିଂ ମାରିଲା

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ) ରବିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ହାଇଦ୍ରାବାଦରେ ସ୍ବାଗତ କରିବାପାଇଁ ‘ୱାସିଂ ପାଉଡର ନିର୍ମା’ ହୋର୍ଡିଂ ଲଗାଇଛି। ଶାହ ସିଆଇଏସଏଫ୍‌ର ୫୪ତମ ପ୍ରତିଷ୍ଠା ଦିବସ ପରେଡ୍‌ରେ ଯୋଗ ଦେବା ପାଇଁ ଯାଇଥିବାବେଳେ ତାଙ୍କୁ ସ୍ବାଗତ କରିବାପାଇଁ ବିଆର୍‌ଏସ ୱାସିଂ ପାଉଡର ନିର୍ମା ହୋର୍ଡିଂ ଲଗାଇଛି। ଏହି ହୋର୍ଡିଂରେ ଲେଖାଯାଇଛି ‘ୱେଲକମ୍‌ ଟୁ ଅମିତ ଶ‌ାହ’। ଅନ୍ୟପକ୍ଷେ ହୋର୍ଡିଂରେ ‘ନିର୍ମା ଗାର୍ଲ‌୍’ଙ୍କ ମୁହଁରେ ଅନ୍ୟ ଦଳରୁ ବିଜେପିକୁ ଆସିଥିବା ନେତାଙ୍କ ମୁହଁ ଯୋଡ଼ାଯାଇଛି। ହୋର୍ଡିଂରେ ହିମନ୍ତ ବିଶ୍ବ ଶର୍ମା, ନାରାୟଣ ରାଣେ, ଶୁଭେନ୍ଦୁ ଅଧିକାରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦିଙ୍କ ମୁହଁ ଅଛି।

ଶନିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ଇଡିରେ ହାଜର ହେବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ନେତାମାନଙ୍କର ପୋଷ୍ଟର୍‌ ହାଇଦ୍ରାବାଦରେ ଲାଗିଛି। ଶନିବ‌ାର ଦିନ ମୋଦୀଙ୍କୁ ‘ରାବଣ’ ଦର୍ଶାଇ ଏକ ପୋଷ୍ଟର ଲାଗିଥିଲା। ଏହାର ଟ୍ୟାଗଲାଇନ୍‌ ଥିଲା ‘ ଗଣତନ୍ତ୍ରର ବିନାଶକାରୀ’ ଏବଂ ‘କପଟତାର ଜେଜେବାପା’। ବିଆର୍‌ଏସ ନେତାମାନେ ନିର୍ମା‌ ହୋର୍ଡିଂ ଲଗାଇ ଏହା ଦର୍ଶାଇବାକୁ ଚାହିଛନ୍ତି ଯେ ଯିଏ ବିଜେପିରେ ଯୋଗ ଦେଲା ସିଏ ପୂରା ସ୍ବଚ୍ଛ ହୋଇଗଲା। ଅନ୍ୟପକ୍ଷେ ବିଜେପି ନେତାଙ୍କ ବିରୋଧରେ ଅପପ୍ରଚାର ପାଇଁ ବିଆର୍‌ଏସ୍‌ ଏହି ହୋର୍ଡିଂ ଲଗାଇଛି ବୋଲି ବିଜେପି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe