ଝାଡ଼ଖଣ୍ଡରେ ବର୍ବରତା: ଯୌତୁକ ପାଇଁ ବୋହୂକୁ ନିର୍ମମ ହତ୍ୟା

ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରିଦେଲେ

ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ରାମଗଡ଼ : ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାରେ ଅତି ବର୍ବର କାଣ୍ଡ ଘଟିଛି। ଜଣେ ୧୯ ବର୍ଷୀୟା ମହିଳାଙ୍କୁ ଯୌତୁକ ପାଇଁ ନିର୍ମମ ଭାବେ ହତ୍ୟା କରାଯାଇଛି। ରୁବିନା ଅନ୍‌ସାରୀ ଗତବର୍ଷ ନଭେମ୍ବର ୨୧ରେ କୁରବାନ ଅନ୍‌ସାରୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ଶାଶୂ ଘର ଲୋକ ତାଙ୍କ ବାପ ଘରଠାରୁ ୧ ଲକ୍ଷ ଟଙ୍କା, ମୋଟରସାଇକେଲ୍‌, ୱାସିଂ ମେସିନ୍‌, ଏସି ଆଦି ସାମଗ୍ରୀ ଦାବି କରିଥିଲେ। ସମ୍ପୃକ୍ତ ମହିଳାଙ୍କ ବାପା ମା’ ଅଭାବରେ ଥିବାରୁ ସେମାନଙ୍କ ଦାବି ପୂରଣ କରିପାରିନଥିଲେ। ଫଳରେ ରୁବିନାଙ୍କ ସମସ୍ୟା ଆରମ୍ଭ ହୋଇଥିଲା। ବାରମ୍ବାର ତାଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଲା ଏବଂ ଶେଷରେ ତାଙ୍କ ଜୀବନ ଚାଲିଗଲା।

ପୁଲିସ ଅନୁଯାୟୀ ମଙ୍ଗଳବାର ରାତିରେ ରୁବିନାଙ୍କୁ ତାଙ୍କ ସ୍ବାମୀ ଅନ୍‌ସାରୀ , ଶ୍ବଶୁର ମହମ୍ମଦ ସୁଲେମାନ ଏବଂ ପରିବାରର ଅନ୍ୟ ୨ ଜଣ ସଦସ୍ୟ ଅତି ନିର୍ମମ ଅତ୍ୟାଚାର କରିଥିଲେ। ବାରମ୍ବାର ଆକ୍ରମଣ ପରେ ରୁବିନାଙ୍କ ଗୁପ୍ତାଙ୍ଗରେ ସେମାନେ ଏକ ଆଇରନ୍‌ ରଡ୍‌ ଭର୍ତ୍ତି କରିଦେଇଥିଲେ। ପୁଲିସ ଅଫିସର୍‌ କିଶୋର କୁମାର ରଜକ କହିଛନ୍ତି, ଅନ୍‌ସାରୀ ଏବଂ ତାଙ୍କ ସମ୍ପର୍କୀୟମାନେ ଏହି ହତ୍ୟା ଘଟଣାକୁ ‌ଚପାଇ ଦେବାକୁ ଚେଷ୍ଟା କରିଥିଲେ। ସେମାନେ କହିଥିଲେ ରୁବିନା ଆତ୍ମହତ୍ୟା କରିଦେଇଛନ୍ତି। କିନ୍ତୁ ଇସଲାମ୍‌ ରୀତିନୀତି ଅନୁଯାୟୀ ସଂସ୍କାର କାମ ବେଳେ ରୁବିନାଙ୍କ ସମ୍ପର୍କୀୟମାନେ ତାଙ୍କ ଗୁପ୍ତାଙ୍ଗ ନିକଟରେ କ୍ଷତ ଚିହ୍ନ ଦେଖିବା ପରେ ପୁଲିସରେ ଖବର ଦେଇଥିଲେ। ମହିଳା ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବାପରେ ରୁବିନାଙ୍କ ଗୁପ୍ତାଙ୍ଗରେ କ୍ଷତଚିହ୍ନ ଏବଂ ପୋଡ଼ାଦାଗ ଦେଖିବାକୁ ପାଇଥିଲେ। ପରେ ରୁବିନାଙ୍କ ଶବକୁ ପୋଷ୍ଟ୍‌ମର୍ଟମ ପାଇଁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe