କେରଳ ନାବାଳିକାଙ୍କ ପ୍ରତି ବର୍ବରତା: ୫ ବର୍ଷରେ ୬୪ ଜଣଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର

Advertisment

କେରଳରେ ଜଣେ ୧୮ ବର୍ଷୀୟା ବାଳିକା ଗତ ୫ ବର୍ଷ ମଧ୍ୟରେ ୬୪ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। କାଉନସେଲିଂ ଅଧିବେଶନରେ ନାବାଳିକା ନିଜର ପୀଡ଼ା ପ୍ରକାଶ କରିବା...

କେରଳରେ ଜଣେ ୧୮ ବର୍ଷୀୟା ବାଳିକା ଗତ ୫ ବର୍ଷ ମଧ୍ୟରେ ୬୪ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। କାଉନସେଲିଂ ଅଧିବେଶନରେ ନାବାଳିକା ନିଜର ପୀଡ଼ା ପ୍ରକାଶ କରିବା...

ccxx

ତିରୁଅନନ୍ତପୁରମ୍: କେରଳରେ ଜଣେ ୧୮ ବର୍ଷୀୟା ବାଳିକା ଗତ ୫ ବର୍ଷ ମଧ୍ୟରେ ୬୪ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। କାଉନସେଲିଂ ଅଧିବେଶନରେ ନାବାଳିକା ନିଜର ପୀଡ଼ା ପ୍ରକାଶ କରିବା ପରେ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ର ଅଭିଯୋଗ କ୍ରମେ ପଥାନମଥିଟ୍ଟା ପୁଲିସ ଏହି ମାମଲା ରୁଜୁ କରିଥିଲା। ମହିଳା ସମକ୍ୟ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ନିୟମିତ କ୍ଷେତ୍ର ପରିଦର୍ଶନରେ ନାବାଳିକାଙ୍କ ଘରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ନାବାଳିକା ଜଣକ ପାଞ୍ଚ ବର୍ଷ ଧରି ଭୋଗିଥିବା ନିର୍ଯାତନା ବର୍ଣ୍ଣନା କରିବା ପରେ ଏନ୍‌ଜିଓ ଏହା ପଥାନମଥିଟ୍ଟା ଜିଲ୍ଲାର ଶିଶୁ କଲ୍ୟାଣ କମିଟିକୁ ଜଣାଇଥିଲା।

ସିଡବ୍ଲ୍ୟୁସି ନାବାଳିକାଙ୍କୁ କାଉନସେଲିଂ କରିଥିଲା ଏବଂ ସେ ଜଣେ ମନୋବିଜ୍ଞାନୀଙ୍କ ସମ୍ମୁଖରେ ମୁହଁ ଖୋଲିଥିଲେ। କାଉନସେଲିଂ ସେସନରେ ନାବାଳିକା ଜଣକ ଦାବି କରିଥିଲେ ଯେ ମାତ୍ର ୧୩ ବର୍ଷ ବୟସରେ ତାଙ୍କ ପଡ଼ୋଶୀଙ୍କ ଦ୍ବାରା ଦୁଷ୍କର୍ମ ଆରମ୍ଭ ହୋଇଥିଲା। ତାଙ୍କୁ ଏବେ ୧୮ ବର୍ଷ ହୋଇଛି। ନିଜ ସ୍କୁଲରେ କ୍ରୀଡ଼ାରେ ସକ୍ରିୟ ଥିବା ନାବାଳିକା ଜଣକ ପ୍ରଶିକ୍ଷଣ ଅଧିବେଶନରେ ମଧ୍ୟ ଯୌନ ନିର୍ଯାତନା  ଭୋଗିଥିବା କହିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର କିଛି ଭିଡିଓ ପ୍ରସାରିତ ହୋଇଥିଲା ଯାହାକୁ ନେଇ ତାଙ୍କୁ ଶୋଷଣ କରାଯାଇଥିଲା। ନାବଳିକାଙ୍କ ବୟାନ ପରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ନାବାଳିକାଙ୍କ ବିସ୍ତୃତ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି। ଅଭିଯୋଗ ଦାଖଲ କରିଥିବା ସିଡବ୍ଲ୍ୟୁସି ପଥାନମଥିଟ୍ଟା ଜିଲ୍ଲା ଅଧ୍ୟକ୍ଷ ଏନ୍ ରାଜୀବ କହିଛନ୍ତି ଯେ କମିଟି ନାବାଳିକାଙ୍କୁ ଆବଶ୍ୟକ ଯତ୍ନ ଓ ସୁରକ୍ଷା ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe