ମହାରାଷ୍ଟ୍ର ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ ତେଜିବା ପରେ ସଫେଇ ଦେଲେ ବି.ଏସ୍‌. କୋଶିୟାରୀ

Advertisment
ମହାରାଷ୍ଟ୍ର ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ ତେଜିବା ପରେ ସଫେଇ ଦେଲେ ବି.ଏସ୍‌. କୋଶିୟାରୀ

ମୁମ୍ବାଇ: ମରାଠୀମାନଙ୍କ ବିଷୟରେ ବିବାଦୀୟ ବୟାନ ଦେବା ପରେ ରାଜ୍ୟପାଳ ବି.ଏସ୍‌. କୋଶିୟାରୀଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି | ଆଉ ଏହାପରେ ରାଜ୍ୟପାଳ ତାଙ୍କ ବୟାନକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ମରାଠୀମାନଙ୍କୁ ଆଘାତ ଦେବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ସେ କହିଛନ୍ତି ଯେ “ମୁଁ କେବଳ ଗୁଜରାଟୀ ଏବଂ ରାଜସ୍ଥାନବାସୀଙ୍କ ଅବଦାନ ବିଷୟରେ କହିଥିଲି। ମରାଠୀ ଲୋକମାନେ କଠିନ ପରିଶ୍ରମ କରି ମହାରାଷ୍ଟ୍ର ନିର୍ମାଣ କରିଥିଲେ, ସେଥିପାଇଁ ଆଜି ଅନେକ ମରାଠୀ ଉଦ୍ୟୋଗୀ ପ୍ରସିଦ୍ଧ ମଧ୍ୟ ହୋଇଛନ୍ତି' | ତେବେ ଏହି ସ୍ପଷ୍ଟୀକରଣ ପରେ ରାଜ ଠାକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆପଣ କାହାକୁ ମୂର୍ଖ ବୋଲି ଭାବୁଛନ୍ତି |

ଯଦି ଆପଣ ରାଜ୍ୟପାଳ ଅଛନ୍ତି, ତେଣୁ ଆପଣଙ୍କୁ କେହି ବି ଅସମ୍ମାନ କରିପାରିବେ ନାହିଁ, କିନ୍ତୁ ମରାଠୀଙ୍କ ଇତିହାସ ନ ଜାଣି ଏପରି ବିବୃତ୍ତି ଦିଆଯିବା ଉଚିତ୍ ନୁହେଁ | ସୂଚନା ଥାଉ କି ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍‌ଜୀ କୋଠାରୀଙ୍କ ନାମରେ ଏକ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ବି.ଏସ୍. କୋଶିୟାରି କହିଥିଲେ ଯେ, 'ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନ ଥିବ। ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe