ଏପ୍ରିଲ ୨୦୧୮ରୁ ବିଏସ୍‌-୬ ଇନ୍ଧନ

Advertisment
ଏପ୍ରିଲ ୨୦୧୮ରୁ ବିଏସ୍‌-୬ ଇନ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ ଯାନଗୁଡ଼ିକ ପାଇଁ ଏପ୍ରିଲ ୨୦୧୮ରୁ ବିଏସ୍‌-୬ ଇନ୍ଧନ ଉପଲବ୍ଧ ହେବ ବୋଲି ଆଜି ପେଟ୍ରୋଲିୟମ ମନ୍ତ୍ରାଳୟ ଘୋଷଣା କରିଛି। ୨୦୨୦ ଏପ୍ରିଲରୁ ବିଏସ୍‌-୬ ତେଲ ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦିଲ୍ଲୀ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ଦୁଇବର୍ଷ ଆଗରୁ ପ୍ରଥମେ ଦିଲ୍ଲୀରେ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ରାଜଧାନୀ ଅଂଚଳରେ ପ୍ରଥମେ ଏହି ଇନ୍ଧନ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ। ଏପ୍ରିଲ ୨୦୧୯ ସୁଦ୍ଧା ଦେଶର ଅନ୍ୟ ସହରରେ ମଧ୍ୟ ଏହି ଇନ୍ଧନ ବିକ୍ରି ଆରମ୍ଭ ହେବ ବୋଲି କୁହାଯାଇଛି । କାର୍ବନ ପ୍ରଦୂଷଣକୁ ରୋକିବା ଦିଗରେ ଏହି ବିଏସ୍‌-୬ ଇନ୍ଧନ ଯଥେଷ୍ଟ ସହାୟକ ହେବ ଏବଂ ଏହା ଇଂଜିନର ଜାଳେଣି ଦକ୍ଷତା ମଧ୍ୟ ବଢ଼ାଇବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe