କଚ୍ଚ (ଗୁଜୁରାଟ): ପାକିସ୍ତାନ ସୀମା ପଟୁ ସୀମାନ୍ତବର୍ତ୍ତୀ ଗୁଜୁରାଟର କଚ୍ଚ ମଧ୍ୟକୁ ପ୍ରବେଶ କରି ଆସିଥିବା ଜନୈକ ବ୍ୟକ୍ତିକୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ନିଜ କବ୍ଜାକୁ ନେଇଛି। କଚ୍ଚର ରାନ୍ ଅଞ୍ଚଳରେ ବୁଧବାର ପ୍ରତ୍ୟୁଷରେ ସଂପୃକ୍ତ ବ୍ୟକ୍ତି ଜଣକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବିଏସ୍ଏଫ୍ ଯବାନମାନେ ଦେଖିବା ପରେ ତାକୁ ନିଜ କବ୍ଜାକୁ ନେଇ ଯାଇଥିଲେ। ୫୦ ବର୍ଷ ବୟସ୍କ ସଂପୃକ୍ତ ପାକିସ୍ତାନୀ ଜଣକ ସୀମାର ୧୦୫୦ ପିଲାର ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବାର ଦେଖିବା ପରେ ବିଏସ୍ଏଫ୍ ଯବାନମାନେ ତାକୁ ନିଜ କବ୍ଜାକୁ ନେଇ ଯାଇଥିବା ଜାଣିବାକୁ ମିଳିଛି।
ବର୍ତ୍ତମାନ ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ସନ୍ଦେହ କରି ବିଏସ୍ଏଫ୍ର ବରିଷ୍ଠ ଅଧିକାରୀମାନେ ଜେରା ଚଳାଇଥିବା ଜାଣିବାକୁ ମିଳିଛି। ତେବେ, ବିଏସ୍ଏଫ୍ ପକ୍ଷରୁ ଜେରା ଅବ୍ୟାହତ ରହିଥିବାରୁ ଏ ସଂପର୍କିତ ସବିଶେଷ ସୂଚନା ଗଣମାଧ୍ୟମକୁ ମିଳିପାରି ନାହିଁ।
Follow Us