ତ୍ରିପୁରାରେ ୪ ରୋହିଙ୍ଗ୍ୟାଙ୍କୁ ହଟାଇଲା ବିଏସଏଫ

ରୋହିଙ୍ଗ୍ୟା ବାହିନୀ ଦ୍ୱାରା ହିନ୍ଦୁମାନଙ୍କ ଗଣହତ୍ୟା  : ଭାରତରେ ଏପର୍ଯ୍ୟନ୍ତ କେହି ଆହା ଟିକେ କହିନାହାନ୍ତି, କିନ୍ତୁ ବିଶ୍ୱବ୍ୟାପୀ ଦରଦ

ଶ୍ରୀନଗର : ବିଏସଏଫ ତ୍ରିପୁରାରୁ ୪ ରୋହିଙ୍ଗ୍ୟା ମୁସଲିମ୍‌ଙ୍କୁ ବିତାଡ଼ିତ କରିଛି। ଉକ୍ତ ୪ ଜଣ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ତ୍ରିପୁରାରେ ବାଂଲାଦେଶ ସୀମା ଦେଇ ପ୍ରବେଶ କରୁଥିବା ସମୟରେ ସେମାନଙ୍କୁ ବିଏସଏଫ ସେନା ଦ୍ୱାରା ହଟାଇ ଦିଆଯାଇଛି। ଅଗଷ୍ଟ ୧୯ ତାରିଖରେ ଗୃହ ମନ୍ତ୍ରାଳୟ ଉକ୍ତ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିତାଡ଼ିତ କରିବା ନେଇ ନୋଟିସ୍‌ ଜାରି କରିବାପରେ ପ୍ରଥମ ଥର ପାଇଁ ବିଏସଏଫ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ବିଏସଏଫ ତ୍ରିପୁରାର ୨୧ କିମି ଲମ୍ବ ରାସ୍ତାରେ ୭୫ଟି କମ୍‌ଜୋର ସ୍ଥାନ ଚିହ୍ନଟ କରିଛନ୍ତି। ତେବେ ଜାତୀୟ ମାନବ ଅଧିକାର କମିସନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଭାରତର ବିତାଡ଼ିତ କରିବା ନେଇ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରିଛନ୍ତି ଏବଂ ଏଥିନେଇ ମନ୍ତ୍ରାଳୟରୁ ରିପୋର୍ଟ ମାଗିଛନ୍ତି। ତେବେ ପୂର୍ବରୁ ଆସାମ ଏବଂ ମଣିପୁରରେ ରାଜ୍ୟ ପୁଲିସ ଏବଂ ବିଏସଏଫକୁ ଦେଶରେ କୌଣସି ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବାପାଇଁ କୁହାଯାଇଥିଲା। ଚଳିତ ବର୍ଷ ତ୍ରିପୁରା ଏବଂ ଆସାମ ସୀମାରେ ୧୭ ରୋହିଙ୍ଗ୍ୟା ମୁସଲିମଙ୍କୁ ଧରାଯାଇ ପୁଲିସଙ୍କୁ ହସ୍ତାନ୍ତର କରାଯାଇଥିବା ଜଣେ ବିଏସଏଫ ଅଧିକାରୀ କହିଛନ୍ତି। ତେବେ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ କରିବା ଖୁବ୍‌ ସହଜ ବୋଲି ବିଏସଏଫ ଯବାନମାନେ କହିଛନ୍ତି। ସେପ୍ଟେମ୍ବର ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାର ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ରୋହିଙ୍ଗ୍ୟାମାନେ ଦେଶର ସୁରକ୍ଷା ଦିଗ ପ୍ରତି ବିପଦ ବୋଲି ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe