କଶ୍ମୀର ସୀମାନ୍ତର ବାନ୍ଦିପୁର ଏବଂ କୁପୱାରା ସେକ୍ଟରରେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କଲେ ବିଏସ୍‌ଏଫ୍‌ ଡିଜି ରାକେଶ ଆସ୍ଥାନା

Advertisment
କଶ୍ମୀର ସୀମାନ୍ତର ବାନ୍ଦିପୁର ଏବଂ କୁପୱାରା ସେକ୍ଟରରେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କଲେ ବିଏସ୍‌ଏଫ୍‌ ଡିଜି ରାକେଶ ଆସ୍ଥାନା

NewsNation

ଶ୍ରୀନଗର: ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ (ଡିଜି) ଭାବେ ଅବସ୍ଥାପିତ ହେବ ରାକେଶ ଆସ୍ଥାନା କଶ୍ମୀର ସୀମାନ୍ତ ପରିଦର୍ଶନ କରିଛନ୍ତି। ବିଏସ୍‌ଏଫ୍‌ ଡିଜି ଆଜି କଶ୍ମୀର ଉପତ୍ୟକାର ବାନ୍ଦିପୁର ଏବଂ କୁପୱାରା ସେକ୍ଟରରେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସେଠା ସ୍ଥିତିର ଆକଳନ କରିଥିଲେ।

ଡିଜି ବିଏସଏଫ ରାକେଶ ଆସ୍ଥାନା କଶ୍ମୀର ସୀମାନ୍ତର ବାନ୍ଦିପୁର ଏବଂ କୁପୱାରା ସେକ୍ଟରର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରବା ସହ ସେଠାରେ ମୁତୟନ ଥିବା ବିଏସ୍‌ଏଫ୍‌ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ବିଏସ୍‌ଏଫ୍‌ ଯବାନ୍‌ମାନେ କଠିନ ପରିସ୍ଥିତିରେ ନିୟୋଜିତ ହୋଇଥିବା ସତ୍ତ୍ୱେ ଅତ୍ୟନ୍ତ ନିଷ୍ଠାର ସହ ସେମାନେ ଯେପରି ଭାବେ ସେମାନଙ୍କର ଉତ୍କୃଷ୍ଟତା ପ୍ରଦର୍ଶନ କରି ଦାୟିତ୍ୱ ସଂପନ୍ନ ଭରାବ କର୍ତ୍ତବ୍ୟ ସଂପାଦନ କରୁଛନ୍ତି ତାହା ଦେଖିବା ପରେ ସେ ସେମାନଙ୍କର କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe