ଓଟ ପିଠିରେ ବସି ବିଏସଏଫ ଯବାନ ଯୋଗ କରିବା ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୀବ୍ର ପ୍ରତିକ୍ରିୟା

Advertisment
ଓଟ ପିଠିରେ ବସି ବିଏସଏଫ ଯବାନ ଯୋଗ କରିବା ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୀବ୍ର ପ୍ରତିକ୍ରିୟା

ଜୟପୁର: ରାଜସ୍ଥାନରେ ବିଏସଏଫ୍ ଟିମ ଓଟମାନଙ୍କ ପିଠିରେ ବସି ଯୋଗ ଅଭ୍ୟାସ କରୁଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ଯବାନମାନେ ଓଟମାନଙ୍କ ପିଠିରେ ବସି ଯୋଗକରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଓଟଗୁଡିକର ଗୋଡ ବନ୍ଧା ଯାଇଥିବା ବେଳେ ସେମାନେ ଚଟାଣରେ ମୁଣ୍ଡ ରଖି ଶୋଇଛନ୍ତି । ଆଉ ବିଏସଏଫ୍ ଯବାନମାନେ ସେମାନଙ୍କ ଉପରେ ବସି ଯୋଗ କରୁଛନ୍ତି । ଏହି ଦୃଶ୍ୟ ଦେଖି ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହାପରେ ଘଟଣା‌ରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୋସିଆଲ ମିଡିଆରେ ଦାବି କରାଯାଇଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ନିରୀହ ପ୍ରାଣୀମାନଙ୍କୁ ଏପରି ନିର୍ଯାତନା ଦେଇଥିବାରୁ ପିଏମଓ ଏଥିପାଇଁ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ? ଆୟୋଜକଙ୍କୁ ଯଥା ଶୀଘ୍ର ଗିରଫ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe